ବିଦ୍ୟୁତ ବିଭାଗ ଶାଖା ପକ୍ଷରୁ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗ।ଲିକ୍ୟାମ୍ପ ବିଦ୍ୟୁତ୍ ଶାଖା ପକ୍ଷରୁ କନିଷ୍ଠ ଯନ୍ତ୍ରୀ  ବାସୁଦେବ ରାୟଗୁରୁଙ୍କ ଅଧ୍ୟକ୍ଷତା  ରେ ମହା ସମାରୋହରେ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ପାଳିତ ହୋଇଯାଇଛି। ଶ୍ରୀ ରାୟଗୁରୁ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ପଣ୍ଡିତ ବାବୁଲାଲ ପାଣ୍ଡିଆ ଓ ସାଥୀଙ୍କ ମନ୍ତ୍ରପାଠରେ ଛକ ସ୍ଥିତ ମୁଖ୍ୟ କେନାଲରୁ ଘଣ୍ଟ ଶଙ୍ଖ ଦ୍ଵାରା ପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଏହା ପରେ ରୀତି ନୀତି ଅନୁଯାୟୀ ଷୋଡ଼ଶ ପୂଜା ,ଆରତୀ ହୋମ ଓ ପୁଷ୍ପାଞ୍ଜଳି କରାଯାଇଥିଲା। ମାନସ ସାହୁ ଓ ରଜତ କୁମାର ପ୍ରଧାନ ପୂଜା ଦାୟିତ୍ଵ ତୁଲାଇଥିଲେ। ସୌମ୍ୟ ରଞ୍ଜନ ବେହେରା  ସାଜ ସଜ୍ଜା ଦାୟିତ୍ୱରେ ରହିଥିଲେ।
ଏହି ପୂଜା କମିଟିର ସମ୍ପାଦକ  ପ୍ରକାଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଟିକେନାଥ ବାଦି, ଉପ ସଭାପତି  ଡିଜି ରାଓ, ଅଶୋକ ମହନ୍ତ,  ଅଶ୍ଵିନୀ ନାଏକ, ଡିଲେଶ୍ୱର୍  ଥାଟି, ନରୋତ୍ତମ ମାହାର, ସୁନିଲ ବିଶୋଇ, ଦେବ କାଲସେ
 ପ୍ରମୁଖ ସହଯୋଗ କରିଥିଲେ। ୨୦୦୫ ମସିହାରୁ ଆରମ୍ଭ ହୋଇ ଦୀର୍ଘ ବର୍ଷ ଧରି ଏଠାରେ ଏହି ପୂଜା କୁ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଇଥାଏ । ଏହିପରି ଟ୍ରକ୍ ଚାଲକ  ସଂଘ୍  ରେଙ୍ଗାଲିକ୍ୟାମ୍ପ,ଲାଦର ପାଲି ବିଦ୍ୟୁତ୍ କାର୍ଯ୍ୟାଳୟ, ଅତାବିରା ବିଦ୍ୟୁତ୍ ବିଭାଗ,,ଟେକ୍ସସି ସଂଘ, ଦୂର ସଂଚାର ବିଭାଗ,ଟ୍ରକ୍ ମାଲିକ ସଂଘ୍, ଅଟୋ ଚାଳକ ସଂଘ  ପକ୍ଷରୁ  ଆଜି  ନୀତି ନିୟମ ରେ ପୂଜା ହୋଇଥିଲା।
ତେବେ ବିଭିନ୍ନ ସ୍ଥାନ ମାନଙ୍କ ରେ ଏହି ପୂଜା ପାଳିତ ହୋଇଯାଇଛି। ରଙ୍ଗୀନ  ଆଲୋକ   ମାଳା   ରେ ଅତାବିରା ରୁ ରେଙ୍ଗlଲିକ୍ୟାମ୍ପ ପର୍ଯ୍ୟନ୍ତ   ସହରଟା ଝଲସି ଉଠୁଥିଲା। ଚାରିଆଡ଼େ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୂଜା ପାଇଁ ମଣ୍ଡପ ଗୁଡ଼ିକ  ପ୍ରତିଯୋଗିତା ମୂଳକ ଭାବରେ  ଆକର୍ଷଣୀୟ  କରାଯାଇ ଥିଲା। କେତେକ ସ୍ଥାନରେ  ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ  କରାଯାଇଥିଲା।

Comments are closed.