www.samajalive.in
Sunday, December 7, 2025
18.1 C
Bhubaneswar

ଟ୍ରକ ଦୁର୍ଘଟଣା,ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ: ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ୫୩ନଂ ମୁଖ୍ୟ ଜାତୀୟ ରାଜପଥ ବରଗଡ଼-ସମ୍ବଲପୁରୱେରେ ସକାଳ ପାହିଲେ ଦୁର୍ଘଟଣା ଯେମିତି ସାଧାରଣ ହୋଇଯାଇଛି। ଅତାବିରା ଥାନା ଅନ୍ତର୍ଗତ ଦମଦମା ବ୍ରିଜ ନିକଟରେ ଭୋର ୪ଟାରେ ପଥର ବୋଝେଇ ଟ୍ରକ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ସମୟରେ ଉକ୍ତ ୱେରେ ଏକ ମାଲ ବୋଝେଇ ଟ୍ରକ ଓଭରଟେକ କରୁଥିବା ସମୟରେ ନିକଟରେ ଯାଉଥିବା ଟ୍ରକକୁ ଧକ୍କା ଦେବା ଫଳରେ ଗାଡିଟି ଡିଭାଇଡରକୁ ଚଢ଼ି ଯାଇ ଉଭୟ ଟ୍ରକର ଚକ ଫାଟି ଯାଇ ଗାଡି ଦ୍ବୟ ରାଜପଥ ଉପରେ ଅଟକି ରହିଥିଲା। ଅଳ୍ପକେ ଚାଳକ ଓ ଯିବା ଆସିବା ଲୋକେ ବର୍ତ୍ତି ଯାଇଥିଲେ। ଏପରିକି ଦୀର୍ଘ ସମୟ ଧରି ରାଜପଥ ଉପରେ ଦୁର୍ଘଟଣା ଗ୍ରସ୍ତ ଗାଡି ଦ୍ବୟ ରହିଥିବା ବେଳେ ରାଜପଥରେ ଗାଡି ଚଳାଚଳ ତଥା ପଥଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା।

ଏହି ତାରିଖରେ ଜନ୍ମ ହୋଇଥିବା ଝିଅ ; ପିତା ଘର ସହ ଶାଶୁଘରକୁ କରନ୍ତି ଧନୀ, ରହିଥାଏ ମା’ଲକ୍ଷ୍ମୀଙ୍କ କୃପା, ହୁଅନ୍ତି ଭାଗ୍ୟଶାଳୀ..

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories