www.samajalive.in
Sunday, December 7, 2025
26.1 C
Bhubaneswar

ଅଞ୍ଚଳରେ ସଟ୍ଟା ଓ ଜୁଆ ମୂଳପୋଛ ପାଇଁ ଅଣ୍ଟା ଭିଡ଼ିଛି ପୁଲିସ; ପୁଣି ୨ ଗିରଫ

ରେଙ୍ଗାଲିକ୍ୟାମ୍ପ: ଅତାବିରା ତଥା ଆଖପାଖ ଅଞ୍ଚଳରେ ସଟ୍ଟା ଖେଳର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଏଥିରେ ବୃଦ୍ଧ ଗୋଷ୍ଠୀଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ପର୍ଯ୍ୟନ୍ତ ସମସ୍ତେ ଧୀରେ ଧୀରେ ଲିପ୍ତ ହେବାରେ ଲାଗିଛନ୍ତି। ଏହାର ପ୍ରଭାବରେ ଅଞ୍ଚଳରେ ଚୋରି ଡକାୟତି ଆଦି ବଢିବା ସହ ପରିବାରମାନଙ୍କରେ ଅର୍ଥକୁ ନେଇ କଳହ ଲାଗି ରହୁଛି। ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବାକୁ ହେଲେ ଏହି ଜୁଆ ଓ ସଟ୍ଟା ପରି କାର୍ଯ୍ୟକଳାପକୁ ବନ୍ଦ କରିବାକୁ ହେବ। ତେଣୁ ଅତାବିରା ପୁଲିସ ସଟ୍ଟା ଓ ଜୁଆ ଖେଳରେ ଲିପ୍ତ ଥିବା ଅପରାଧୀମାନଙ୍କୁ ଧରିବା ପାଇଁ ନିରନ୍ତର ପ୍ରୟାସ କରିବା ସହିତ ଚାରିଆଡ଼େ ଜାଲ ବିଛାଇ ରଖିଥିବା ଜଣାପଡିଛି। ଶୁକ୍ରବାର ପୁଣି ଦୁଇ ଜଣଙ୍କୁ ଅତାବିରା ଥାନାର ଗୋଡଭଗା ଫାଣ୍ଡି ଅଧିନସ୍ଥ ଲରମ୍ଭା ଛକରେ ଚଢ଼ାଉ କରି ଗିରଫ କରିଛି ପୁଲିସ। ଏନେଇ ପୃଥକ ପୃଥକ ଭାବରେ ୨ ଗୋଟି ମାମଲା ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ୨ ଜଣ ହେଲେ ଲରମ୍ଭାର ସୁଶାନ୍ତ ଦେହୁରୀ ଓ ପ୍ରଦୀପ ପ୍ରଧାନ। ସେମାନଙ୍କଠାରୁ ସମୁଦାୟ ୪୧୧୦ ଟଙ୍କା ନଗଦ ଓ ସଟ୍ଟା ଚାର୍ଟ ଜବତ କରାଯାଇଛି। ପୁଲିସର ଏହି ପ୍ରୟାସକୁ ଅଞ୍ଚଳରେ ସାଧୁବାଦ ଦିଆଯାଇଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories