ଉତ୍କଳମଣିଙ୍କ ତ୍ୟାଗ ଓ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ରାଜ୍ୟ କୃଷକ ସଂଗଠନ

ରେଙ୍ଗାଲିକ୍ୟାମ୍ପ : ଅନ୍ୟର ଦୁଃଖରେ ଦୁଃଖୀ ହେବା, ଅନ୍ୟ ପାଇଁ ଆଖିରୁ ଲୁହ ଗଡ଼ାଇବା ଥିଲା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିଆରା ବ୍ୟକ୍ତିତ୍ୱର ଏକ ବୈଶିଷ୍ଟ୍ୟ। ଦରିଦ୍ର ମଣିଷର ସେ ଥିଲେ ଦରଦୀ ବନ୍ଧୁଟିଏ। ସେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖା ତାଙ୍କର ଶ୍ରାଦ୍ଧ ବାର୍ଷିକୀ ସପ୍ତାହ ଅବସରରେ ଶ୍ରଦ୍ଧା ସୁମନ ଜ୍ଞାପନ କରିଛନ୍ତି । ସଂଗଠନର ସଭାପତି ହାରାଧନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉତ୍କଳମଣିଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା । ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପ ସୁମନ ଅର୍ପଣ କରି ତାଙ୍କର ମହାନ ବ୍ୟକ୍ତିତ୍ଵ ବିଷୟରେ ସମସ୍ତେ ସ୍ମୃତିଚାରଣ କରିଥିଲେ । ସେହି ମହା ପୁରୁଷ ଆଜି ନାହାନ୍ତି, କିନ୍ତୁ ତାଙ୍କରି ଆଦର୍ଶରେ ଏହି କୃଷକ ସଂଗଠନ କାମ କରିବ । କୃଷକମାନଙ୍କର ଦୁଃଖରେ ଦରଦୀ ବନ୍ଧୁ ସାଜି ଆଜି ପରିଣତ ବୟସରେ ମଧ୍ୟ କୃଷକମାନଙ୍କ ହକ ପାଇଁ ଲଢେଇ କରୁଛୁ ଓ କରୁଥିବୁ ନିଃସ୍ଵାର୍ଥପର ଭାବରେ ବୋଲି ସଂଗଠନର ସଭାପତି ଦୃଢତାର ସହ କହିଥିଲେ। ଲୋକେ ଆଜି ଗୋପବନ୍ଧୁଙ୍କ ତ୍ୟାଗ ଓ ମହାନତା କୁ ଯଦି ନିଜ ଜୀବନର ଆଦର୍ଶ କରି ନେବେ, ତେବେ ସମାଜରେ ଏକ ବିରାଟ ପରିବର୍ତ୍ତନ ହୋଇଯିବ।ତାଙ୍କର ଆବିର୍ଭାବ ଓଡ଼ିଶା ପାଇଁ ଅମୂଲ୍ୟ ଥିଲା ବୋଲି ସଂଗଠନ ର ଜିଲ୍ଲା ସମ୍ପାଦକ ଲୋକେଶ୍ୱର ପ୍ରଧାନ କହିଥିଲେ। ଏହି ସଭାରେ ସଂଗଠନର ବରିଷ୍ଠ ତଥା ଟାଣୁଆ ଚଡି ନେତା ବୃସଭାନୁ ସାହୁ, ବସନ୍ତ ବାରିକ୍, ପଲଉ ମାଝୀ, ପ୍ରକାଶ ନାଏକ, ଗଣେଶ ମହାକୁର, ଜଗନ୍ନାଥ ସାହୁ, ମହାଦେବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

kalyan agarbati

Comments are closed.