ଦୀର୍ଘ ଦିନ ଅପେକ୍ଷାର ହେଲା ଅନ୍ତ, ଆରମ୍ଭ ହେଲା ଆର୍ଡି ରାସ୍ତା କାମ
ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ସରଣ୍ଡା ଭୁଲିଆ ଛକରୁ ଜାଙ୍ଗେଡ୍ ଆର୍ଡି ରାସ୍ତା ପାଇଁ ବାରମ୍ବାର ସରକାରୀ ଅନୁଦାନରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ସୁଦ୍ଧା ଟୁପାପରା ପହଞ୍ଚିବା ପୂର୍ବରୁ ରାସ୍ତାଟି ଅବହେଳିତ ହୋଇ ମାଟି କାଦୁଅ ହୋଇ ଲୋକଙ୍କୁ ହିନସ୍ତା ହେବାକୁ ପଡୁଥିଲା । ବାରମ୍ବାର ଲୋକେ ପ୍ରଶାସନର ଦ୍ବାରସ୍ଥ ହେବା ସହ ସମାଜ ଖବର କାଗଜରେ ମଧ୍ୟ ଅନେକ ଥର ପ୍ରକାଶ ପାଇ ଆସିଥିଲା । ହେଲେ କେହି ଶୁଣିବାକୁ ନଥିଲେ । ଏହି ପାଇଁ ଅଞ୍ଚଳବାସୀ ରାସ୍ତା ରୋକ ମଧ୍ୟ କରିଥିଲେ । ଅନେକ କଳ୍ପନା ଜଳ୍ପନା ପରେ ତାର ଅନ୍ତ ଘଟିଥିବା ଜଣାପଡିଛି ।ଏହି ଆର୍ଡି ରାସ୍ତାର ଉନ୍ନତିକରଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇ ଆସୁଥିଲେ ହେଁ ଟୁପାପରା ନିକଟରେ ସାମାନ୍ୟ୍ ତ୍ରୁଟି ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ତଥା ଆନ୍ତରିକତା ଅଭାବ ଯୋଗୁଁ ପାଖାପାଖି ସାଢେ଼ ଚାରି ଶହ ମିଟର (୪୫୦) ମାଟି କାଦୁଅ ରାସ୍ତାରେ ଲୋକଙ୍କ ଯିବା ଆସିବା ଠପ୍ ହୋଇ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ସ୍କୁଲ ପିଲା ହେଉ କି ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଯାହା ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୀର୍ଘ ଦିନର ସଂଘର୍ଷ ଆଜି ଶେଷ ହୋଇଛି । ଲୋକେ ଖୁସିରେ ପ୍ରଶାସନକୁ ଧନ୍ୟବାଦ୍ ଜଣାଇଛନ୍ତି ।ଏହି ଅବସରରେ ଅତାବିରା ତହସିଲ ଓ ପୋଲିସ ପ୍ରଶାସନଙ୍କ ଉପସ୍ଥିତିରେ ରାସ୍ତା ଚିହ୍ନଟ ହୋଇ କାର୍ଯ୍ୟ ଆରମ୍ଭ ହେବା ସହ ଚାରିଆଡ଼େ ଖୁସିର ଲହରୀ ଖେଳି ଯାଇଛି ।
Comments are closed.