www.samajalive.in
Sunday, December 7, 2025
26.1 C
Bhubaneswar

ଅଦିନିଆ ବର୍ଷା ସହ କୁଆପଥର ମାଡରେ ଉଜୁଡ଼ିଲା ଫସଲ

ରେଙ୍ଗାଲିକ୍ୟାମ୍ପ :ଅଦିନିଆ ବର୍ଷା ସହ କୁଆପଥର ମାଡରେ ଚାଷୀ ଫସଲ ଉଡୁଡି ଯାଇଛି। ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖୋଲା ଆକାଶ ତଳେ ଭିଜୁଛି। କୁଆ ପଥର ମାଡରେ ଏକର ଏକର ପନିପରିବା ନଷ୍ଟ ହୋଇଯାଇଛି । ଦୁଇଦିନ ଦିନ ଧରି ଲଗାତାର ବର୍ଷା ସହ କୁଆପଥର ମାଡରେ ଚାଷୀଙ୍କ ସବୁ ପରିଶ୍ରମ ଧୋଇ ହୋଇଯାଇଛି। ଓଡ଼ିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ର ଅତାବିରା ଅଞ୍ଚଳ ଧାନ ଚାଷ ହେଉ ବା ପନିପରିବା ଚାଷ ଅଧିକାଂଶ ଲୋକଙ୍କ ଜୀବନଜୀବିକା ଏହି ଚାଷ ଉପରେ ହିଁ ନିର୍ଭର କରିଥାଏ। ଏବେ ଖରିଫ ଧାନ ଫସଲର ଅମଳ ସମୟକୁ ବହୁଳ ଭାବରେ ପନିପରିବା ଉତ୍ପାଦନ ର ସମୟ।ଯେଉଁଥିରେ ଚାଷୀର ସମସ୍ତ ଆଶା ଓ ଭରସା ରହିଥାଏ। କିନ୍ତୁ ଗତ ରବି ଫସଲ ବେଳେ ଯାହା,ଏବେ ଖରିଫ ଋତୁରେ ତାହା ଦେଖିବାକୁ ମିଳୁଛି। ଖରମୁଣ୍ଡା ପଞ୍ଚାୟତ ରୁଣି ପାଲିରେ କୁଆପଥର ମାଡରେ ପନିପରିବା ଅତ୍ୟଧିକ ନଷ୍ଟ ହୋଇଥିବା ଜଣାପଡିଛି।ପ୍ରାୟ ଗୋଟିଏ ଏକରରୁ ଅଧିକ ଜମିରେ ହୋଇଥିବା ପନିପରିବା ନଷ୍ଟ ହୋଇଯାଇଛି।ଫୁଲକୋବି,ବନ୍ଧାକୋବି,ବାଇଗଣ,ପୋଟଳ,ବିଲାତି ବାଇଗଣ ଆଦି ଫସଲ ଉପରେ ୧ସେମି ବହଲର କୁଆପଥର ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଏହିପରି ଅଞ୍ଚଳର ଅନେକ ସ୍ଥାନ ମାନଙ୍କରେ ହୋଇଥିବା ପ୍ରାୟ ସମସ୍ତ ଫସଲ ନଷ୍ଟ ହୋଇଯାଇଛି। ଗତ ରବି ଋତୁରେ ଧାନ ଫସଲ ହାନି ହେବା ପରେ ଅନେକ ଚାଷୀ ପନିପରିବା ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ଫସଲରେ ଚାଷୀଙ୍କ ଅର୍ଥ ସାଙ୍ଗକୁ ପରିଶ୍ରମ ସବୁକିଛି ଲାଗି ରହିଥିଲା। ହେଲେ ପ୍ରକୃତିର ଏହି ବିପର୍ୟ୍ୟୟ ସବୁକିଛି ଛାରଖାର କରିଦେଇଛି। ମାର୍କେଟ ୟାରଡ୍ ଗୁଡିକରେ ବିକ୍ରି ପାଇଁ ଆସିଥିବା ଧାନ ଭିଜିଯାଇ ପାଣିରେ ଭାସୁଛି। ବସ୍ତା ଭିତରୁ ଧାନ ଗଜା ଉଙ୍କି ମାରୁଛି। ଗତ ରବି ଫସଲରେ ଧାନ ସମୁଲେ ନଷ୍ଟ ହୋଇ ଚାଷୀ ସର୍ବସ୍ବାନ୍ତ ହୋଇଥିଲେ। ତଥାପି ସରକାରୀ କ୍ଷେତ୍ରରେ ଚାଷୀଙ୍କ ପାଇଁ କୌଣସି ସୁରକ୍ଷା ବ୍ୟବସ୍ଥା ହୋଇପାରିନାହିଁ ବୋଲି ଚାଷୀ କହିଛନ୍ତି।  ପ୍ରତି ଗ୍ରାମ ମାନଙ୍କରେ ଖୋଲିଥିବା ଧାନ ବିକ୍ରୟ କେନ୍ଦ୍ର ଗୁଡିକରେ ଚାଷୀଙ୍କ ଧାନ ରଖିବା ପାଇଁ ସୁରକ୍ଷିତ ସ୍ଥାନ ରହିବା ଆବଶ୍ୟକ। କିନ୍ତୁ ସେଇ ଅଭାବରୁ ଖୋଲା ଆକାଶ ତଳେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହି ବର୍ଷାରେ ଭିଜି ନଷ୍ଟ ହେଉଛି। କୃଷି ବିଭାଗର ଏଫ ସି ଆଇ ଆର୍ ଏକ କେନ୍ଦ୍ରୀୟ ଦଳ ଆସି ଗୋଟିଏ ବା ଦୁଇଟି ସ୍ଥାନକୁ ବୁଲି ଦେଖି ଯାଇଛନ୍ତି, ମାତ୍ର ଏଯାଏଁ କୌଣସି ସମସ୍ୟା ସମାଧାନ ହୋଇନାହିଁ।
ପ୍ରକୃତ ଚାଷୀଙ୍କ ସମସ୍ୟା  ସମାଧାନ ହୋଇପାରୁ ନାହିଁ।  ସଂଗଠନ ର ସଭାପତି ହାରାଧନ୍ ପ୍ରଧାନ ଚାଷୀଙ୍କ ଏହି ପ୍ରତିକୂଳ ପରିସ୍ଥିତି ପାଇଁ ଦୁଃଖ ପ୍ରକାଶ କରି କହିଛନ୍ତି, ଯେତେଦିନ ଧରି ଚାଷୀଙ୍କ ସମସ୍ୟା ସମାଧାନ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଦେଶର ବିକାଶ ସମ୍ଭବ ହୋଇପାରିବ ନାହିଁ,ସରକାର ଏହାକୁ ହୃଦୟଙ୍ଗମ  କରିବା ଉଚିତ୍।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories