www.samajalive.in
Monday, December 8, 2025
27.1 C
Bhubaneswar

ଉପଜିଲ୍ଲାପାଳଙ୍କ ଲିଖିତ ପ୍ରତିଶ୍ରୁତି ପରେ ହଟିଲା ଆମରଣ ଅନଶନ

ରେଙ୍ଗାଲିକ୍ୟାମ୍ପ : ଜମି ପଟ୍ଟା ଓ ଆବାସ ଗୃହ ଦାବି ନେଇ ଚାଲିଥିବା ମହିଳାଙ୍କ ଆମରଣ ଅନଶନର ଦ୍ଵିତୀୟ ଦିବସରେ ବରଗଡ଼ ଉପଜିଲ୍ଲାପାଳ ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ । ମନାପଡ଼ା ଓ ଝୁପୁଡ଼ି ପଡ଼ାରେ ରହୁଥିବା ୬୫ ପରିବାର ମଧ୍ୟରୁ ୩୪ ଟି ପରିବାରଙ୍କୁ ସେମାନେ ରହୁଥିବା ସ୍ଥାନର ଜମି ପଟ୍ଟା ପ୍ରଦାନ କରାଯାଇପାରିବ। କିନ୍ତୁ ଅନ୍ୟ ୩୧ ଟି ପରିବାର ରହୁଥିବା ସ୍ଥାନର ଜମି ପଟ୍ଟା କେନାଲ ବିଭାଗ ନାମରେ ରହିଛି । ତେଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନରେ ଜାଗା ପ୍ରଦାନ କରାଯିବା ପାଇଁ ଆର୍ ଆଇ ଉକ୍ତ ସ୍ଥାନର ସ୍ଥିତି ଅନୁଧ୍ୟାନ କରିବେ । ତାଙ୍କ ରିପୋର୍ଟ ଅନୁଯାୟୀ ଯଦି ସ୍ଥାନଟି ବସତି ଅନୁକୂଳ ହୁଏ ତେବେ ସେହି ସ୍ଥାନର ଜମି ପଟା ପ୍ରଦାନ କରାଯିବ । ନତୁବା କେନାଲ ବିଭାଗର ନାମରେ ଥିବା ଜମି ପଟାକୁ ଦଖଲକୁ ଆଣିବା ପରେ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଲଲାଟ ଲୁହା ଲିଖିତ ପ୍ରତିଶ୍ରୁତି ଦେବା ପରେ ମହିଳା ମାନେ ଆମରଣ ଅନଶନରୁ ଓହରି ଥିଲେ। ଏହି ଆଲୋଚନାରେ ତହସିଲଦାର ଶ୍ୱେତପଦ୍ମା ଯୋଶୀ ଉପସ୍ଥିତ ଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories