www.samajalive.in
Saturday, December 6, 2025
23.1 C
Bhubaneswar

କୋଶଳ ରାଜ୍ୟ ଗଠନ ପାଇଁ ବନ୍ଦ ଡାକରା ; ଜାତୀୟ ରାଜପଥକୁ ଅଚଳ କଲା ଅତାବିରା କୋଶଳସେନା

ରେଙ୍ଗାଲିକ୍ୟାମ୍ପ : ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ସେନା  ପକ୍ଷରୁ  ଓଡ଼ିଶା ବନ୍ଦ ଡାକରା  ଦିଆଯାଇଥିଲା । ଅତାବିରା କୋଶଳ ସେନାର ଜିଲ୍ଲା ସମ୍ପାଦକ  ବିରବଲ୍ ମହାକୁରଙ୍କ  ଆହ୍ବାନ କ୍ରମେ ହୋଇଥିବା ଏହି ବନ୍ଦ ଡାକରାକୁ ଅତାବିରା  କୋଶଳ ସେନା  ସଂଗଠନର ସଂଯୋଜକ ରମଣୀ ଦନ୍ତାଙ୍କ ନେତୃତ୍ୱରେ ଆଜି ଏହାକୁ ପୂର୍ଣ୍ଣ ସମର୍ଥନ କରାଯାଇ ଜାତୀୟ ରାଜପଥକୁ ସମ୍ପୂର୍ଣ ରୂପେ ଅଚଳ କରାଯାଇଥିଲା । ନିଜ ଅଞ୍ଚଳର  ସ୍ୱତନ୍ତ୍ରତା ପାଇଁ କରାଯାଇଥିବା ଏହି ବନ୍ଦକୁ ଆନ୍ତରିକତାର  ସହ ସମର୍ଥନ ଜଣାଇ ଓଡ଼ିଶା ରାଜ୍ୟ କୃଷକ ସଂଗଠନର ରାଜ୍ୟ ସଭାପତି ସଡାନନ ଭୋଇ , ସମ୍ପାଦକ ଲୋକେଶ୍ୱର ପ୍ରଧାନ ,ବ୍ଲକ  ସଭାପତି ହାରାଧନ ପ୍ରଧାନ ତଥା ଅତାବିରା କୋଶଳର ମିଳିତ ଉଦ୍ୟମରେ ସକାଳ ଆଠଟାରୁ ଜାତୀୟ ରାଜପଥକୁ ଅବରୋଧ କରି ସମ୍ପୂର୍ଣ ଅଚଳ କରିଥିଲେ । ଏହି ବନ୍ଦ ପାଇଁ ସାତଦିନ ପୂର୍ବରୁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ପହଞ୍ଚି କୋଶଳ ମହାଵନ୍ଦକୁ ସମର୍ଥନ କରିବାକୁ  ଲିଖିତ  ମାଧ୍ୟମରେ ଅବଗତ  କରାଇଥିଲେ ।
ଆଜିର ଏହି ବନ୍ଦ ଡାକରାରେ” ସ୍ବତନ୍ତ୍ର  କୋଶଳ ରାଜ୍ୟ ଗଠନ ସହ  କୋଶଳ  ବାସୀଙ୍କ ସ୍ୱାଭିମାନ ଆମର ଦାବି” ବୋଲି  ନାରା ଦିଆଯାଇଥିଲା । ଏହା କେବଳ  କୋଶଳ ସେନାଙ୍କ ଲଢେ଼ଇ  ନୁହେଁ ,ଏହି ସଂଗ୍ରାମ ଦୁଇ କୋଟି ରୁ ଉର୍ଦ୍ଧ୍ବ କୋଶଳ ବାସୀଙ୍କ ଲଢେ଼ଇ ଅଟେ । ସ୍ଵତନ୍ତ୍ର କୋଶଳ ରାଜ୍ୟ ଗଠନ ନ ହେବ। ଯାଏ ଏହି ଆନ୍ଦୋଳନ ଏହିପରି ଚାଲୁଥିବ ବୋଲି  କୃଷକ ସଂଗଠନର ଶ୍ରୀ ଭୋଇ କହିଥିଲେ । ତେଣୁ ସମସ୍ତ କୋଶଳ ବାସୀ ଏହାକୁ ପୂର୍ଣ୍ଣ ସମର୍ଥନ କରି  କୋଶଳର ବିକାଶ ଓ ସ୍ୱାଭିମାନ  ପାଇଁ ଏକତାବଦ୍ଧ ଭାବରେ ସଂଗ୍ରାମ କରିବାର ମୁହୁର୍ତ୍ତ ଆସିଛି ବୋଲି ଆହ୍ବାନ ଦିଆଯାଇଥିଲା । ଅତାବିରାରେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇ ସମସ୍ତ ଦୋକାନ ବଜାର ଆଦି , ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦକୁ କୃଷକ ସଂଗଠନର ବରିଷ୍ଠ ସଭ୍ୟ ବସନ୍ତ ବାରିକ୍,ହୃଷୀକେଶ ପ୍ରଧାନ,ପଲଉ ମାଝୀ ,ବୀରେନ,ସତ୍ୟ ମିଶ୍ର ପ୍ରମୁଖଙ୍କ ସହ ଓକିଲ ସଂଘ,ବଣିକ ସଂଘ,ବରିଷ୍ଠ ନାଗରିକ ସଂଘ ,ଅବସର ପ୍ରାଥମିକ ଶିକ୍ଷକ ସଂଘ,ମାରୱାଡ଼ି ସମ୍ମେଳନ,ମାରୱାଡ଼ି ଯୁବା ମଞ୍ଚ ,ଲାୟଂସ କ୍ଲବ୍ ତଥା ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଥିଲେ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories