www.samajalive.in
Monday, December 8, 2025
14.1 C
Bhubaneswar

“ସ୍ୱାୟତ୍ତ ଶାସନ ଦିବସ “ର ମହତ୍ତ୍ଵ ପ୍ରତିପାଦନ କରେ ଏନ୍ ଏ ସି ର ବିକାଶ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ  ଜୟକୃଷ୍ଣ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ । ଏହି ଅବସରରେ ଏନ୍ ଏ ସି ଅଧ୍ୟକ୍ଷା ଜାତୀୟ ପତାକା ଉତ୍ତୋଳନ କରି ଦିବସ ପାଳନର ଆରମ୍ଭ କରିଥିଲେ । ଉତ୍ତମ ଶାସନ ତନ୍ତ୍ରର ଅଦ୍ୱିତୀୟ  ବିକଳ୍ପ ହେଉଛି ସ୍ୱାୟତ୍ତ ଶାସନ । ଏହି ଶାସନ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ରେ ଅଞ୍ଚଳର ବିକାଶ ସମ୍ଭବପର ହୋଇଥାଏ । କୌଣସି ବ୍ୟକ୍ତି ବିଶେଷ ସେ ଲୋକପ୍ରତିନିଧି ହେଉ ବା ସମାଜର ପ୍ରତିଷ୍ଠିତ ବ୍ୟକ୍ତି ହେଉ , ଜନସାଧାରଣଙ୍କ ସହଯୋଗ  ବିନା ସମାଜର ହେଉ ବା ଦେଶର ବିକାଶ କରିପାରିବ ନାହିଁ ।
ଅପର ପକ୍ଷେ କୌଣସି ଏକ  ନିର୍ଦ୍ଧିଷ୍ଟ ଅଞ୍ଚଳର ବିକାଶ କେନ୍ଦ୍ର ଶାସନ ବା ରାଜ୍ୟ ଶାସନ ଦ୍ଵାରା ହୋଇ ନ ପାରେ । ତେଣୁ ତୃଣମୂଳ ସ୍ତରରୁ ଶାସନକୁ ସୁଦୃଢ଼ କରିବା ପାଇଁ ତଥା ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱାୟତ୍ତ ଶାସନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଶାସନ ବ୍ୟବସ୍ଥାରେ  ଅଞ୍ଚଳବାସୀଙ୍କ ସଦିଚ୍ଛା ଓ ସହଯୋଗ ଆମର ଏକାନ୍ତ କାମ୍ୟ ବୋଲି  ଅଧ୍ୟକ୍ଷା ତାଙ୍କର ବକ୍ତବ୍ୟରେ କହିଥିଲେ ।
ଏହାପରେ ଏନ୍ ଏ ସି କାର୍ଯ୍ୟାଳୟରୁ ଏକ ସ୍ବାସ୍ଥ୍ୟ ସଚେତନତା ଶୋଭାଯାତ୍ରା ବାହାରି  ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି  ପରିବେଶକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ  ପରାମର୍ଶ  ଦେଇଥିଲେ । ସେଠାରୁ ପୁଣି ଶୋଭାଯାତ୍ରାଟି ବୀର ସୁରେନ୍ଦ୍ର ସାଏ  ଛକରେ ପହଞ୍ଚି ସୁରେନ୍ଦ୍ର ସାଏଙ୍କ  ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।ପୁଣି ଶୋଭାଯାତ୍ରା ପହଞ୍ଚିଥିଲା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖକୁ ।ସେଠାରେ  ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରି ଗାନ୍ଧୀଙ୍କ ଆଦର୍ଶ ନୀତିକୁ ଗ୍ରହଣ କରିବା ପାଇଁ ଅଧ୍ୟକ୍ଷା ଉଦବୋଧନ ଦେଇଥିଲେ । ଏହାପରେ ଶୋଭାଯାତ୍ରା ଫେରି ଆସି ଏନ୍ ଏ ସି କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରଘୁ ବାରିକ୍ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ  ଟଙ୍କ ଦାଶ ,ବନମାଳୀ ବରିହା,ଆରତୀ ନାଏକ ,ମନୋଜ ପ୍ରଧାନ ,ପ୍ରକାଶ ପ୍ରଧାନ , ଗୁନିଆ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଏନ୍ ଏ ସି  ର କାର୍ଯ୍ୟକୁ ସ୍ବତନ୍ତ୍ର ଦୃଷ୍ଟି ଦେବା ପାଇଁ  ନିର୍ଦ୍ଦେଶ  ରହିଛି । ତେଣୁ ସମସ୍ତେ ମିଳିମିଶି ସହରକୁ ସୁନ୍ଦର୍ ଓ ସୁସ୍ଥ ରଖିବା , ଏନ୍ ଏ ସି  ର ବିକାଶ କୁ  ଶୀର୍ଷରେ  ପହଞ୍ଚାଇବା  ବୋଲି  ମଞ୍ଚାସିନ ସମସ୍ତେ ମତ ପ୍ରକାଶ କରିଥିଲେ ।ଏହି ସଭାରେ  ସ୍ୱଚ୍ଛ ସାଥୀ , କର୍ମଚାରୀ ,ସଫେଇ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଏନ୍ ଏ ସି କର୍ମଚାରୀ  ପ୍ରଦୀପ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories