ନୂଆଦିଲ୍ଲୀ: ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ। ଏସ୍ ସୋମନାଥଙ୍କ ସ୍ଥାନରେ ଦାୟିତ୍ଵ ନେଲେ ଭି.ନାରାୟଣନ୍। ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ। ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନଙ୍କୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରୋ ମୁଖ୍ୟ ଏସ୍.ସୋମନାଥଙ୍କ କାର୍ଯ୍ୟକାଳର ଆଜି ଶେଷ ଦିନ। ଭି.ନାରାୟଣନ୍ ପ୍ରାୟ ୪୦ ବର୍ଷ ଧରି ଭାରତୀୟ ମହାକାଶ ଗବେଷଣା ସହ ଜଡିତ। ଜିଏସଏଲଭି ଏମ୍କେ-୩ ପାଇଁ ଆବଶ୍ୟକ ସିଇ-୨୦ କ୍ରାୟୋଜେନିକ୍ ଇଞ୍ଜିନ୍ ତିଆରିରେ ନାରାୟଣନ୍ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
Popular Categories



