www.samajalive.in
Sunday, December 7, 2025
14.1 C
Bhubaneswar

ଶେଷ ହେଲା ଧନୁଯାତ୍ରା: ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କରି ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିବେ କଂସ

ମଥୁରାନଗରୀ : ପ୍ରବଳ ପ୍ରତାପୀ ମଥୁରା ନରେଶଙ୍କ ବଧ ସହିତ ମଥୁରା ନଗରୀରେ କଂସ ରାଜୁତିର ପରିସମାପ୍ତି ଘଟିଛି। ମଞ୍ଚରେ ମାମୁ କଂସଙ୍କ ସହିତ ଭଣଜା କୃଷ୍ଣଙ୍କ ଭେଟ ହେବା ପୂର୍ବରୁ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିଥିଲେ। କୃଷ୍ଣ କୁବଳୟାକୁ ବଧ କରିଥିଲେ। ଶିବଧନୁ ଭଗ୍ନ କରିଥିଲେ। ଅଷ୍ଟମଲ୍ଲଙ୍କୁ ଦ୍ୱନ୍ଦ୍ବ ଯୁଦ୍ଧରେ ନିହତ କରିଥିଲେ। କଂସ ନିଧନ ପରେ ବନ୍ଦୀଶାଳାରୁ ଉଗ୍ରସେନ, ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରି ଉଗ୍ରସେନଙ୍କ ରାଜ୍ୟାଭିଷେକ କରିଛନ୍ତି ଶ୍ରୀକୃଷ୍ଣ। କୃଷ୍ଣଙ୍କ ଜୟ ଜୟ କାର ଧ୍ୱନିରେ ପ୍ରକମ୍ପିତ ହୋଇଛି ମଥୁରାନଗରୀ। ଆଜି ରାତିରେ ୭୭ତମ ଧନୁଯାତ୍ରା​‌ରେ ଯବନିକା ପଡ଼ିଛି। ଗଲା ୧୧ ଦିନ ଧରି ବରଗଡ଼ରେ ଲାଗି ରହିଥିବା ସାଂସ୍କୃତିକ ଜୁଆରରେ ଭଟ୍ଟା ପଡ଼ିଛି। ଯାତ୍ରା କୋଳାହଳ ମଧ୍ୟ ଥମିଯାଇଛି। ମଥୁରାନଗରୀ ପୁଣି ଫେରିଯାଇଛି ବରଗଡ଼କୁ। ଗୋପପୁର ପୁଣି ଫେରିଯାଇଛି ଅମ୍ବାପାଲିକୁ। ବରଗଡ଼ବାସୀଙ୍କ ଜୀବନଯାତ୍ରା ପୁଣି ସ୍ବାଭାବିକ ହୋଇଛି। ଅନ୍ୟପଟେ ମଞ୍ଚରେ ଅଭିନୟବେଳେ ପ୍ରଭୁ କୃଷ୍ଣଙ୍କୁ କଟୁ କଥା ଓ ଅପମାନ କରିଥିବାରୁ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରିବେ ମହାରାଜ କଂସ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories