www.samajalive.in
Sunday, December 7, 2025
14.1 C
Bhubaneswar

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱର ଓ କଟକରେ ଅଭାବୀ ପରିବାରକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ

ଭୁବନେଶ୍ୱର: ବର୍ତ୍ତମାନର ଲକଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ବିଭିନ୍ନ ବସ୍ତି, ବୃଦ୍ଧାଶ୍ରମ ଏବଂ ଶ୍ରମିକ କ୍ୟାମ୍ପ୍ ଗୁଡିକରେ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।

ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି ଗ୍ରୋସେରୀ କିଟ୍ ଗୁଡିକୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ନିଃସହାୟ ଲୋକଙ୍କୁ ସ୍ଥାନୀୟ ସ୍ୱେଚ୍ଛୀସେବୀ ସହଯୋଗୀ ସଂସ୍ଥା ଓଡିଶା ଗୁଜରାଟୀ ସମାଜ ଏବଂ ହମାରା ବଚପନ୍ ଟ୍ରଷ୍ଟ୍ ଜରିଆରେ ବଣ୍ଟନ କରାଯାଉଛି। ଏହି ଗ୍ରୋସେରୀ କିଟ୍ ଭୁବନେଶ୍ୱର ଓ କଟକର ବଭିନ୍ନ ଅଂଚଳରେ ରହୁଥିବା ରିକ୍ସା ଚାଳକ, ସଫେଇ କର୍ମଚାରୀ, ବୃଦ୍ଧାଶ୍ରମର ଅନ୍ତେବାସୀ, ବସ୍ତିବାସିନ୍ଦା, ଘରୋଇ ସହାୟିକା, ଭିନ୍ନକ୍ଷମ ଓ ଦିନ ମଜୁରିଆଙ୍କ ପରିବାରକୁ ପ୍ରଦାନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରଦାନ କରାଯାଉଥିବା ତଥ୍ୟ ଓ ସୂଚନା ଆଧାରରେ ବଭିନ୍ନ ଅଂଚଳରେ ସହାୟତା ଆବଶ୍ୟକ କରୁଥିବା ନିଃସହାୟ ଲୋକଙ୍କୁ ଏହା ଯୋଗାଇ ଦିଆଯାଉଛି।

- Advertisement -

ଗତ ପାଂଚ ଦିନ ମଧ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୯୦୦ରୁ ଅଧିକ ପରିବାରକୁ ଶୁଖିଲା ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇସାରିଥିବା ବେଳେ ଚଳିତ ସପ୍ତାହରେ ଭୁବନେଶ୍ୱର ଏବଂ କଟକ ସହରର ଅନ୍ୟ ଅଂଚଳରେ ତଥା ଖୋର୍ଦ୍ଧା ଓ ଭଦ୍ରକ ସହରକୁ ଏହା ସଂପ୍ରସାରିତ ହେବା ଯୋଜନା ରହିଛି।

କଟକରେ ସହାୟତା ପ୍ରଦାନ କରାଯାଇଥିବା ଅଂଚଳଗୁଡିକ ମଧ୍ୟରେ ରହିଛି ଛତ୍ରବଜାର, ନଦୀକୂଳ ସାହି, ମହତାବ ନଗର, ସତିଗୁମ୍ଫା, କୃଷକ ବଜାର, କାଠଯୋଡି ବିହାର, ପେଟା ନାଳ, ହଇରାଣପୁର ବସ୍ତି, ଇମାମ୍ପଡା, ସତୀ ଚଉରା, ଗୋପବନ୍ଧୁ ନଗର ଇତ୍ୟାଦି। ସେହିଭଳି ଭୁବନେଶ୍ୱରରେ ଟଙ୍କପାଣି ରୋଡ୍, ଲିଙ୍ଗରାଜ ମନ୍ଦିର ରୋଡ୍ ଓ ମହତାବ ରୋଡ୍ରେ ରହିଥିବା ଜରାନିବାସ ସମେତ ଶିଶୁପାଳଗଡରେ ରହୁଥିବା ଦିନ ମଜୁରିଆ ଏବଂ ଜିଜିପି କଲୋନୀ, ରସୁଲଗଡ, ହଂସପାଳ, ଟଙ୍କପାଣି ରୋଡ୍ରେ ନଃସହାୟ ପରିବାରଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି। ଏଥିସହିତ ପଳାଶପଲ୍ଲୀ ଓ ଲକ୍ଷ୍ମୀସାଗର ଅଂଚଳର ଭିନ୍ନକ୍ଷମ ପ୍ରତିଷ୍ଠାନ ଏବଂ ସହରର ସଫେଇ କର୍ମଚାରୀଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି।

 

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories