www.samajalive.in
Friday, December 5, 2025
20.1 C
Bhubaneswar

ବାଙ୍କୀ ଉପଖଣ୍ଡ ଚକିତ୍ସାଳୟ ପରିସରରେ ବାରମ୍ବାର ପଡିରହୁଛି ପିପିଇ କିଟ୍

ବାଙ୍କୀ : କରୋନା ମହାମାରୀ ବିଶ୍ୱରେ କାୟା ବିସ୍ତାର କରିଯାଇଥିବା ବେଳେ ଏବେ ଦ୍ୱିତୀୟ ପର୍ୟ୍ୟାୟ କରୋନା ସଂକ୍ରମଣ ବ୍ୟାପୁଥିବା ନଜରକୁ ଆସିଲାଣି। ଏହି ମହାମାରୀର ପ୍ରତିଷେଧକ ଔଷଧ ଆଜି ପର୍ୟ୍ୟନ୍ତ ବାହାରି ପାରିନଥିବା ବେଳେ କେବଳ ସଚେତନତା, ସାମାଜିକ ଦୂରତା ଏବଂ ସ୍ୱଚ୍ଛତା ଏହାର ପ୍ରମୁଖ ଅସ୍ତ୍ର ରୂପେ ବ୍ୟବହୃତ ହୋଇଆସୁଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ବିଭିନ୍ନ ଅଞ୍ଚଳରେ କରୋନା ସ୍ୱାବ୍ ସଂଗ୍ରହକୁ ତ୍ୱରାନ୍ୱୀତ କରାଯାଇ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଥିବା ବେଳେ ସେମାନଙ୍କୁ ଘରୋଇ ଚିକିତ୍ସାରେ ରଖି ଚିକିତ୍ସିତ କରାଯାଉଥିବା ଜଣାପଡିଛି । କରୋନା ଚିକିତ୍ସା ସମୟରେ ଯେପରି ସ୍ୱାସ୍ଥ୍ୟକର୍ମଚାରୀମାନ ସଂକ୍ରମିତ ନହେବେ ସେଥିପ୍ରତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ପିପିଇ କିଟ୍ ଭଳି ପରିଧାନ ଯୋଗାଇ ଦିଆଯାଉଛି। କିନ୍ତୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ପ୍ରତିଦିନ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଉଥିବା ବେଳେ ସଂକ୍ରମିତ ମଧ୍ୟ ବାହାରୁ ଥିବା ଦେଖାଯାଇଛି। ପରୀକ୍ଷା ସମୟରେ ସ୍ୱାସ୍ଥ୍ୟ କର୍ମଚାରୀମାନେ ପରିଧାନ କରୁଥିବା ପିପିଇ କିଟ୍‌କୁ ପରିଧାନ ପରେ ଦାୟିତ୍ୱ ହୀନତା ଭାବରେ ମେଡିକାଲ ପରିସରରେ ଫୋପାଡି ଦିଆଯାଉଥିବା ବାରମ୍ବାର ଚିତ୍ର ସମ୍ନାକୁ ଆସୁଛି । ପୂର୍ବରୁ ଏହି ଘଟଣା ଘଟିଥିଲେ ମଧ୍ୟ ମେଡିକାଲ କର୍ତ୍ତୁପକ୍ଷ ଘଟଣାକୁ ଗୁରୁତର ସହିତ ନେଉନଥିବା ଦେଖାଯାଉଛି। ବାଙ୍କୀ ସଦର ମହକୁମା ଉପରେ ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ରହିଥିବା ବେଳେ ପ୍ରତିଦିନ ଶହ ଶହ ରୋଗୀ ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥାନ୍ତି। ଉପଖଣ୍ଡ ଚିକିତ୍ସାଳୟ ପରିସରରେ ହେଉଥିବା ସ୍ୱାବ୍ ନମୁନା ସଂଗ୍ରହରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମେଡିକାଲ ପରିସର ମଧ୍ୟକୁ ଆସୁଥିବା ରୋଗୀ ଏବଂ ତାଙ୍କ ସଂପର୍କୀୟମାନେ ପିପିଇ କିଟ୍ ଯୋଗୁ ସଂକ୍ରମିତ ହେବା ନେଇ ଆଶଙ୍କା ସୃଷ୍ଟି ହେଉଥିବା ବେଳେ କର୍ତ୍ତୁପକ୍ଷଙ୍କ ଦାୟିତ୍ୱ ହୀନତା ମହାମାରୀ ସମୟରେ ଚିନ୍ତାର କାରଣ ପାଲଟିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories