www.samajalive.in
Saturday, December 6, 2025
19.1 C
Bhubaneswar

ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ୧୮୭୫ କୋଟି ଟଙ୍କା ନିବେଶ କରିବ ସିଲ୍‌ଭର ଲେକ୍

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌)ରେ ସିଲ୍‌ଭର ଲେକ୍‌ର ସହ-ନିବେଶକଗଣ ଅଧିକ ୧୮୭୫ କୋଟି ଟଙ୍କା ନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଓ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ ପକ୍ଷରୁ ଘୋଷଣା କରାଯାଇଛି। ଏତଦ୍ୱାରା ସିଲ୍‌ଭର ଲେକ୍ ଏବଂ ତାହାର ସହ-ନିବେଶକମାନଙ୍କ ଦ୍ୱାରା ଆରଆରଭିଏଲ୍‌ରେ ମୋଟ ପୁଞ୍ଜି ନିବେଶ ପରିମାଣ ୯୩୭୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଆରଆରଭିଏଲ୍‌ରେ ପୂର୍ଣ୍ଣ ବିଘଟିତ ଭିତ୍ତିରେ ୨.୧୩% ଇକ୍ୱିଟି ଅଂଶଧନରେ ପରିଣତ ହେବ। ଏହି ସଦ୍ୟ ପୁଞ୍ଜିନିବେଶ ରିଲାଏନ୍ସ ରିଟେଲର ମୋଟ ଆକଳିତ ପ୍ରାକ୍‌-ଟଙ୍କା ଇକ୍ୱିଟି ମୂଲ୍ୟ ୪.୨୮୫ ଲକ୍ଷ କୋଟି ଟଙ୍କା ଭିତ୍ତିରେ ହୋଇଛିି।

ଆର୍‌ଆର୍‌ଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଲିମିଟେଡ ଭାରତର ସର୍ବବୃହତ, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଜନକ ରିଟେଲ ବ୍ୟବସାୟ ପରିଚାଳନା କରୁଛି ଯାହା ଦେଶବ୍ୟାପୀ ନିଜର ୧୨,୦୦୦ ଷ୍ଟୋର୍‌କୁ ଆସୁଥିବା ୬୪୦ ନିୟୁତରୁ ଅଧିକ ଲୋକଙ୍କୁ ସେବା ଯୋଗାଉଛି। କୋଟି କୋଟି ଭାରତୀୟଙ୍କ ପାଇଁ ନିଯୁକ୍ତ ସୁଯୋଗ ସୃଷ୍ଟି ଓ ତାହାକୁ ସୁରକ୍ଷିତ ରଖିବା ସହିତ କୋଟି କୋଟି କୃଷକ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ସଶକ୍ତ କରିଛି। ଏଥିସହିତ ଏକ ପସନ୍ଦଯୋଗ୍ୟ ସହଭାଗି ଭାବରେ ବିଶ୍ୱସ୍ତରୀୟ ଓ ଘରୋଇ କମ୍ପାନୀଗୁଡିକ ସହିତ ନିବିଡ ଭାବରେ କାର୍ୟ୍ୟକରି ଭାରତୀୟ ସମାଜକୁ ବ୍ୟାପକ ଫାଇଦା ପହଞ୍ଚାଇବା ସକାଶେ ଏକ ଅନର୍ଭୁକ୍ତିଭିତ୍ତିକ କୌଶଳ ଜରିଆରେ କୋଟି କୋଟି ସଂଖ୍ୟକ ଗ୍ରାହକଙ୍କୁ ସେବା ଯୋଗାଇବା ନିମନ୍ତେ ଭାରତର ରିଟେଲ କ୍ଷେତ୍ରକୁ ପ୍ରେରିତ କରିବା ପାଇଁ ରିଲାଏନ୍ସ ରିଟେଲ ଦୃଷ୍ଟି ନିବଦ୍ଧ କରିଛି। ରିଲାଏନ୍ସ ରିଟେଲ ତାହାର ନୂତନ ବ୍ୟବସାୟିକ କୌଶଳାତ୍ମକ ନୀତି ଜରିଆରେ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀମାନଙ୍କର ଡିଜିଟାଲ ରୂପାନ୍ତରଣ ଆରମ୍ଭ କରିଛି ଏବଂ ନିଜର ନେଟୱାର୍କକୁ ଏହିଭଳି ୨୦ ନିୟୁତ ବ୍ୟବସାୟୀଙ୍କୁ ସମ୍ପ୍ରସାରିତ କରିବାକୁ ପ୍ରତିିବଦ୍ଧ ରହିଛି। ଏହା ବ୍ୟବସାୟୀଙ୍କୁ ସେମାନଙ୍କର ନିଜର ଗ୍ରାହକଙ୍କୁ ଉନ୍ନତତର ମୂଲ୍ୟଯୁକ୍ତ ସେବା ଯୋଗାଇଦେବା ନିମନ୍ତେ ପ୍ରଯୁକ୍ତିଗତ ସାଧନ ତଥା ଏକ ସୁସଂହତ ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ଉପଯୋଗ କରିବାକୁ ସମର୍ଥ କରିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories