ଏହି ଉପାୟ ଦ୍ୱାରା ଦୂରରେ ଥାଇ ମଧ୍ୟ ଆପଣଙ୍କ ସମ୍ପର୍କକୁ ମଜବୁତ କରନ୍ତୁ

0

ବିଭିନ୍ନ କାରଣରୁ ଅବା କାର୍ଯ୍ୟ ବ୍ୟସ୍ତତାହେତୁ ଆପଣଙ୍କ ଜୀବନସାଥୀଙ୍କ ପାଖରେ ରହିପାରୁ ନାହାନ୍ତି। ମାତ୍ର ଦୂରରେ ରହି ସମ୍ପର୍କକୁ ବୁଝିବା ସବୁଠାରୁ ଅଧିକ କଷ୍ଟକର ହୋଇଥାଏ। ପ୍ରାୟ ଦୂୂରରେ ରହିବା ସମସ୍ୟା ହୋଇ ଠିଆହୁଏ। ଏହା ସମ୍ପର୍କରେ ଫାଟ ସୃଷ୍ଟି କରିବାସହ ଭୁଲବୁଝାମଣା ଭଳି ସମସ୍ୟା ଦେଖାଦିଏ। ଆପଣ ଉଭୟ ପରସ୍ପରକୁ ଯେତେ ଭଲପାଉଥାଆନ୍ତୁ ନା କାହିଁକି , ଦୂରତା ବଢିବା ଦ୍ୱାରା ସମ୍ପର୍କରେ ଫାଟ ଦେଖାଯାଏ।
ଆମର ଏହି କେତୋଟି କଥା ଉପରେ ଆପଣ ଧ୍ୟାନ ଦିଅନ୍ତୁ ଦେଖିବେ ସମ୍ପର୍କ ସବୁବେଳେ ଅତୁଟ ରହିବାସହ ଆପଣଙ୍କ ମଧ୍ୟରେ କେବେ ଭୁଲ ବୁଝାମଣା ଦେଖାଦେବ ନାହିଁ।
ଦୂରରେ ଥାଇ ଆପଣ ଭିଡିଓ କଲ୍‍ , ହ୍ୱାଟ୍ସଆପ କଲ୍‍ କିମ୍ବା ଫୋନ କଲରେ କଥା ହୁଅନ୍ତୁ ଏଥିପାଇଁ ଏମିତି ଏକ ସମୟ ରଖନ୍ତୁ ଯେଉଁ ସମୟରେ ଆପଣ ଉଭୟ ଫାଙ୍କା ଥିବେ। ଆପଣଙ୍କ ସାଥୀଙ୍କୁ ସବୁକଥା ଜଣାନ୍ତୁ , ଯାହାଦ୍ୱାରା ଆପଣଙ୍କ ମଧ୍ୟରେ ଦୂରତା ବଢିବ ନାହିଁ। ଆପଣ ସବୁବେଳେ ଜାଣିପାରିବେ ଆପଣଙ୍କ ସାଥୀ ଜୀବନରେ କଣ ଚାଲିଛି।
ଦୂରରେ ଥିଲେ କ’ଣହେଲା ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ଯୁଗ। ଭିଡିଓ କଲ ଦ୍ୱାରା ଆପଣଙ୍କ ସାଥୀଙ୍କ ସହ କଥାହୋଇପାରିବା ଯାହାଦ୍ୱାରା ଆପଣଙ୍କୁ ପାଖରେ ଥିଲା ଭଳିଲାଗିବ।
ଯଦି ଆପଣଙ୍କ ପାଖରେ ଫୋନରେ କଥାହେବାପାଇଁ ସମୟନାହିଁ, ତେବେ (ସନ୍ଦେଶ)ମେସେଜରେ ଉଭୟ ପରସ୍ପରଙ୍କ ସହ କଥାହୁଅନ୍ତୁ। ଫଟୋ , ଭିଡିଓ ପଠାନ୍ତୁ ଏବଂ ହୃଦୟ ଦେଇ ଭଲପାଆନ୍ତୁ। ସବୁବେଳେ ଚେଷ୍ଟା କରନ୍ତୁ ଆପଣଙ୍କ ସାଥୀଙ୍କ ଭଲ କିମ୍ବା ଖରାପ ସମୟରେ ତାଙ୍କୁ କିଭଳି ସହଯୋଗ କରିବେ। ଦୂରରେ ଥାଇ ମଧ୍ୟ ତାଙ୍କର ପ୍ରତିଟି ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। ଦେଖିବେ ଏହା କରିବା ଦ୍ୱାରା ଆପଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନହେବ।

Leave A Reply