www.samajalive.in
Monday, December 15, 2025
24.1 C
Bhubaneswar

ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଜରୁରୀ: ସିଜେଆଇ

ହାଇଦରାବାଦ: ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଆହ୍ବାନ ରହିଥିବାରୁ ସେଗୁଡିକୁ ସୁଧାରିବା ଜରୁରୀ ହୋଇପଡିଛି ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର.ଗଭାଇ କହିଛନ୍ତି। ଶନିବାର ହାଇଦରାବାଦସ୍ଥିତ ନଲ୍‌ସାର ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ଅବସରରେ ଜଷ୍ଟିସ ଗଭାଇ ଆହୁରି କହିଛନ୍ତି ଯେ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ବିଳମ୍ବ ଘଟୁଥିବାବେଳେ ବର୍ଷ ବର୍ଷ ଧରି ଶୁଣାଣି ପ୍ରକ୍ରିୟା ଜାରି ରହୁଛି। ତେଣୁ ତ୍ବରିତ ନ୍ୟାୟ ପାଇଁ ଆମକୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି ସେ ଗୁରୁତ୍ବାରୋପ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇନଥିବା ବିଚାରାଧୀନ କଏଦୀ ଅଯଥାରେ ଦୀର୍ଘ ସମୟ ଧରି ଜେଲରେ ରହୁଥିବାରୁ ନ୍ୟାୟିକ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ବାସ ତୁଟିଯାଉଥିବା ସେ କହିଛନ୍ତି। ଆଇନ ବିଦ୍ୟାରେ ଅଧିକ ଜ୍ଞାନ ଆହରଣ କରିବାକୁ ବିଦେଶ ଯିବା ନିମନ୍ତେ ଜଷ୍ଟିସ ଗଭାଇ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ଓ ସୁପ୍ରିମକୋର୍ଟ ବିଚାରପତି ପି.ଏସ.ନରସିଂହା ମଧ୍ୟ ଉପସ୍ଥିତ ଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories