www.samajalive.in
Saturday, December 13, 2025
27.1 C
Bhubaneswar

କୋଭିଡ-୧୯ ସହ ଜଡ଼ିତ ଘୃଣା ଭାବନାକୁ ଦୂର କରି ସଚେତନତା ବୃଦ୍ଧି ପାଇଁ ୟୁନିସେଫର ଆହ୍ଵାନ

ଭୁବନେଶ୍ୱର : କରୋନା ଭାଇରସକୁ ନେଇ ସମାଜରେ ଦେଖାଦେଉଥିବା ଷ୍ଟିଗମା ବା ଘୃଣାଭାବନାକୁ ଦୂର କରିବାକୁ ୟୁନିସେଫ ପକ୍ଷରୁ ଆଜି ଏକ ଗଣମାଧ୍ୟମ ତାଲିମ କାର୍ୟ୍ୟକ୍ରମ ଏକ ୱେବିନାର ମାଧ୍ୟମରେ ଆୟୋଜିତ ହୋଇଯାଇଛି । ଏହାର ଶୀର୍ଷକ ଥିଲା ‘ କୋଭିଡ ସହ ସଂପୃକ୍ତ ଲଜ୍ଜାବୋଧ ଓ ପକ୍ଷପାତିତା ହ୍ରାସ କରିବା’ । ଏହି କାର୍ୟ୍ୟକ୍ରମରେ ଓଡ଼ିଶା ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ, ୟୁନିସେଫର ଓଡ଼ିଶା ମୁଖ୍ୟ ମୋନିକା ନିଲସନ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଡଃ ମୀନା ସୋମ, ଯୋଗାଯୋଗ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ,ୟୁନସେଫର ଯୋଗାଯୋଗ, ସହାୟତା ଓ ସହଯୋଗିତା ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ ଯୋଗ ଦେଇଥିଲେ । ଏମାନଙ୍କ ବ୍ୟତୀତ ଜଣେ ପୂର୍ବତନ କୋଭିଡ ରୋଗୀ ଉପସ୍ଥିତ ରହି ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ ।

ପ୍ରାରମ୍ଭିକ ଭାଷଣ ଦେଇ ୟୁନିସେଫ ଓଡ଼ିଶା ମୁଖ୍ୟ ମୋନିକା ନିଲସନ କହିଥିଲେ ଯେ କରୋନା ନିୟନ୍ତ୍ରଣ ପାଇଁ ଥିବା ୟୁନିସେଫ ସରକାରଙ୍କ ସହ ମିଶି କାମ କରୁଛି । ତେବେ ଆମର ଫୋକସ ହେଉଛି ଜନସାଧାରଣ ବିଶେଷକରି ମହିଳା ଓ ଶିଶୁମାନଙ୍କ ଉପରେ କରୋନାର ପ୍ରଭାବକୁ କମ କରିବା । ଏହା ସହିତ ମହାମାରୀ ସମୟରେ ମହିଳା ଓ ଶିଶୁ ମାନଙ୍କୁ ନିକଟରେ ଯେପରି ଜରୁରୀ ସେବା ପହଞ୍ଚେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । ଉପଯୁକ୍ତ ସଚେତନତା ଓ ସୂଚନା ପ୍ରସାର କରି କରୋନା ସହ ଜଡ଼ିତ ଲଜ୍ଜାବୋଧ କିମ୍ବା ପକ୍ଷପାତିତାକୁ ଦୂର କରିବା ଉପରେ ୟୁନିସେଫ ପ୍ରାଥମିକତା ଦେଉଛି ।

- Advertisement -

ସେ କହିଛନ୍ତି ଯେ କୋଭିଡ-୧୯ ସହ ଜଡ଼ିତ ଘୃଣାଭାବନା ଏହି ମହାମାରୀ ବିରୋଧୀ ଲଢେଇରେ ଏକ ପ୍ରତିବନ୍ଧକଭାବେ ଦେଖାଦେଇଛି । ଏପରିକି କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର,ନର୍ସ, ପରିମଳ କର୍ମଚାରୀ, ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀ, ସରପଞ୍ଚ,ଏଏନଏମମାନଙ୍କୁ ମଧ୍ୟ ଘୃଣାଭାବନା ସହ ଦେଖାଯାଉଛି । କରୋନା ଲଢେଇରେ ନିଯୋଜିତ ଲୋକମାନଙ୍କ ବିରୁଦ୍ଧରେ ଘୃଣା ଭାବନା ରଖୁଥିବା ଓ ପକ୍ଷପାତିତା କରୁଥିବା ଲୋକମାନଙ୍କ ବିରୁଦ୍ଧରେ ଓଡ଼ିଶା ସରକାର ଦୃଢ କାର୍ୟ୍ୟାନୁଷ୍ଠାନର ବ୍ୟବସ୍ଥା କରିଛନ୍ତି । ବାହାର ରାଜ୍ୟରୁ ଅନେକ ପ୍ରବାସୀ ଶ୍ରମିକ ଫେରୁଥିବାବେଳେ ସେମାନଙ୍କ ପ୍ରତି ଘୃଣାଭାବନା ନରଖି ସେମାନଙ୍କୁ ସ୍ୱାଗତ କରାଯିବା ଉଚିତ । ରୋଗୀ ନୁହେଁ ରୋଗ ବିରୁଦ୍ଧରେ ଲଢେଇ ପାଇଁ ସରକାର ସଚେତନ କରୁଛନ୍ତି ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories