www.samajalive.in
Monday, December 15, 2025
24.1 C
Bhubaneswar

ଫର୍ମକୁ ଫେରିବା ଲକ୍ଷ୍ୟରେ କୋହଲି

ଦୁବାଇ : ସୋମବାର ଆଇପିଏଲ ୧୩ତମ ସଂସ୍କରଣରେ ଆଉ ଏକ ବଡ ଲଢେଇ ଦେଖିବାକୁ ମିଳିବ। ଦୁବାଇର ଡିସିଏ ଷ୍ଟାଡ଼ିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଚଳିତ ଆଇପିଏଲର ୧୦ତମ ମ୍ୟାଚ ଖେଳାଯିବ। ଉଭୟ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍ସମ୍ୟାନ ରହିଥିବାରୁ କ୍ରିକେଟପ୍ରେମୀ ଏକ ହାଇ ସ୍କୋରିଂ ମ୍ୟାଚ ଦେଖିବାର ଆଶା ରଖିଛନ୍ତି। ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍ସ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ହାସଲ କରିଛି। ମହେଲା ଜୟବର୍ଦ୍ଧନାଙ୍କ ପ୍ରଶିକ୍ଷଣପ୍ରାପ୍ତ ଦଳରେ ଅଧିନାୟକ ରୋହିତଙ୍କ ସମେତ କ୍ବାଣ୍ଟନ ଡିକକ୍‌, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବ୍ୟାଟ୍ସମ୍ୟାନ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କିରଣ ପୋଲାର୍ଡଙ୍କ ଭଳି ଅଲ୍‌ରାଉଣ୍ଡର, ଯଶପ୍ରିତ୍ ବୁମ୍‌ରା, ଟ୍ରେଣ୍ଟ ବୋଲ୍ଟ, ପ୍ୟାଟ୍ରିନ୍‌ସନଙ୍କ ଭଳି ଫାଷ୍ଟ ବୋଲର ରହିଛନ୍ତି। ପ୍ରଥମ ମ୍ୟାଚରେ ଦଳ ଚେନ୍ନଇ ସୁପରକିଙ୍ଗସ୍‌ ନିକଟରୁ ପରାଜିତ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚରେ କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଦୃଢତାର ସହିତ ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁରେ ମିଷ୍ଟର ୩୬୦ ଡିଗ୍ରୀ ଏ.ବି ଡିଭିଲିୟର୍ସ, ଆରୋନ ଫିଞ୍ଚ ଭଳି ମ୍ୟାଚ ବିଜେତାଙ୍କ ସହ ଦେବଦତ୍ତ ପାଡିକଲ, ଶୁଭମ ଦୁବେ, ୱାସିଂଟନ ସୁନ୍ଦରଙ୍କ ଭଳି ଯୁବ ଖେଳାଳି ରହିଛନ୍ତି । ବୋଲିଂରେ ଯୁଜୁବେନ୍ଦ୍ର ଚହଲଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବୋଲର ସଫଳତା ଅର୍ଜନ କରିପାରିନାହାନ୍ତି। ଡେଲ୍‌ ଷ୍ଟେନ୍‌ , ଉମେଶ ଯାଦବ ଓ ନବଦୀପ୍‌ ସଇନି ଆଶା ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଡିଭିଲିୟର୍ସ ଫର୍ମରେ ରହିଥିଲେ ମଧ୍ୟ ଫିଞ୍ଚ ଓ କୋହଲିଙ୍କ ବ୍ୟାଟିଂ ଯାଦୁ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ। କୋହଲି ଦୁଇଟି ମ୍ୟାଚରୁ ମାତ୍ର ୧୫ରନ କରିଛନ୍ତି। କୋହଲି ବ୍ୟାଟିଂ ଫର୍ମକୁ ଫେରିବା ନେଇ ଉଦ୍ୟମ କରିବେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories