ରିପୋ ହାର ଅପରିବର୍ତ୍ତିତ

0

ନୂଆଦିଲ୍ଲୀ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ରିପୋ ଓ ରିଭର୍ସ ରିପୋ ହାର ଅପରିବର୍ତ୍ତିତ ରଖିଛନ୍ତି । ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରଖିବା ପାଇଁ ୫ ଜଣ ସଦସ୍ୟ ମତ ଦେଇଥିଲେ । ବର୍ତ୍ତମାନ ରିପୋ ରେଟ୍‌(ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କ ଆରବିଆଇଠାରୁ ଋଣ ନିଅନ୍ତି )୬ ପ୍ରତିଶତ ଓ ରିଭର୍ସ ରିପୋ(ଯେଉଁ ହାରରେ ଆରବିଆଇ ବାଣିଜି୍ୟକ ବ୍ୟାଙ୍କଠାରୁ ଋଣ ନିଏ) ରେଟ୍‌ ୫.୭୫ ପ୍ରତିଶତ ରହିଛି । ଗତ ଫେବ୍ରୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୪୪ ପ୍ରତିଶତକୁ ହ୍ରାସ ପାଇଥିଲେ ମଧ୍ୟ ଏହା ଆରବିଆଇର ଧାର୍ଯ୍ୟ ସୀମା ୪% ଉପରେ ରହିଥିବାରୁ ସୁଧ ହାର ହ୍ରାସ କରାଯାଇ ନାହିଁ ବୋଲି କୁହାଯାଇଛି । ଶେଷଥର ପାଇଁ ଗତ ବର୍ଷ ଅଗଷ୍ଟ ମାସରେ ରିପୋ ହାରରେ ୨୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଥିଲା । ମୁଦ୍ରାନୀତି ବୈଠକରେ ମୁଦ୍ରାସ୍ଫୀତି ସ୍ତର ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅମାସ ପାଇଁ ୪.୭ ରୁ ୫.୧ ଧାର୍ଯ୍ୟ କରାଯାଇଥିବା ବେଳେ ଦ୍ୱିତୀୟ ଛଅ ମାସ ପାଇଁ ୪.୪ ପ୍ରତିଶତ ଧାର୍ଯ୍ୟ କରାଯାଇଛି । ସେହିପରି ଚଳିତ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୭.୪ ଧାର୍ଯ୍ୟ କରାଯାଇଛି ।

Leave A Reply