ଆରବିଆଇ ଆଣିବ ଡିଜିଟାଲ୍‌ ମୁଦ୍ରା

0

ମୁମ୍ବାଇ, ବିଟ୍‌କଏନ୍‌ ଉପରେ କଟକଣା ଜାରି କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଏନେ ନିଜସ୍ୱ ଡିଜିଟାଲ୍‌ କରେନ୍ସି ପ୍ରଚଳନ ପାଇଁ ଯୋଜନା ଆରମ୍ଭ କରିଛି । ଆରବିଆଇ ଡେପୁଟି ଗଭର୍ଣ୍ଣର ବି କେ କାନୁନ୍‌ଗୋ କହିଛନ୍ତି ଯେ ବିଶ୍ୱର କେତେକ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ନିଜସ୍ୱ ଡିଜିଟାଲ୍‌ କରେନ୍ସି ପ୍ରଚଳନ କରିବା ପାଇଁ ଯୋଜନା କରୁଛନ୍ତି । ଏହିକ୍ରମରେ ଆରବିଆଇ ମଧ୍ୟ ଡିଜିଟାଲ୍‌ କରେନ୍ସି ପାଇଁ ଉଦ୍ୟମ ଆରମ୍ଭ କରିଛି । ଏହାଦ୍ୱାରା ମୁଦ୍ରା ଓ ନୋଟ୍‌ ମୁଦ୍ରଣ ଓ ବିତରଣ ବାବଦ ଖର୍ଚ୍ଚ ବହୁ ପରିମାଣରେ ହ୍ରାସ ହୋଇପାରିବ ବୋଲି ସେ କହିଛନ୍ତି ।

Leave A Reply