www.samajalive.in
Sunday, December 7, 2025
26.1 C
Bhubaneswar

କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦଘାଟିତ

କୋକସରା : କଳାହାଣ୍ଡି ଜିଲା ଧର୍ରେମଗଡଠାରେ ଗୁରୁବାର ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି ଅବଶରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ଉଦଘାଟନ କରିଥିଲେ। ପ୍ରଶିକ୍ଷଣ ମାଧ୍ୟମରେ ଲୋକଙ୍କୁ ରୋଜଗାରୀ କରେଇବା ହିଁ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ, ପାରମ୍ପାରିକ କୌଶଳ ସହ ନୂତନ ଟେକ୍ନୋଲୋଜିର ମିଶ୍ରଣରେ ଯୁବକଙ୍କଠାରେ ଥିବା ଦକ୍ଷତାକୁ ବିକଶିତ କରେଇବା କଳହାଣ୍ଡିରେ ପ୍ରଚୁର ସମ୍ଭାବନା ରହିଛି। କଳାହାଣ୍ଡି ହେଉଛି ଓଡିଶାର ଭାତ ହାଣ୍ଡି ,ଓଡିଶାର ଆତ୍ମା, ଏଠାକାର ଯୁବକ ଯେତେବେଳେ ବାହରକୁ କାମ କରିବାକୁ ଯାଏ ସେଠାରେ ସେ ଜଣେ ଅଣକୁଶଳୀ ଶ୍ରମିକ ହିସାବରେ ଖଟିଥାଏ। ଏବେ କିନ୍ତୁ ତାହା ହେବ ନାହିଁ। ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ମାଧ୍ୟମରେ ସେ ପୂର୍ଣ୍ଣ କୁଶଳୀ ହେବ ଏବଂ ବାହାରକୁ ଯାଇ ଅଧିକ ରୋଜଗାରକ୍ଷମ ହୋଇ ପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇଥିଲେ।  ଶ୍ରୀ ପ୍ରଧାନ କଳହାଣ୍ଡିର ଭୂରିଭୂରି ପ୍ରଶଂସା କରିବା ସହ ଗୁରୁଜୀଙ୍କ ମାର୍ଗଦର୍ଶନରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ସ୍ଥାନିୟ ଯୁବକଙ୍କ ଦକ୍ଷତା ବିକାଶରେ ସହାୟକ ହେବ ବୋଲି କହିଥିଲେ। ପ୍ରାଥମିକ ପର୍ଯ୍ୟୟରେ ଏଥିରେ ୧୦୦୦ପିଲାଙ୍କୁ ତିନି ମାସିଆ ତାଲିମ ପ୍ରଦାନ କରାଯିବ ଏବଂ ଅକ୍ଟୋବରରୁ ଏନେଇ ପାଠ ପଢ଼ା ଆରମ୍ଭ ହେବ। ଡିସେମ୍ବରରେ ଏଠାରେ ନିଯୁକ୍ତିମେଳା ଲାଗିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ପରେ ଶ୍ରୀଶ୍ରୀ ରବିଶଙ୍କର ଉପସ୍ଥିତ ଜନସାଧାରଣ, ଅନୁଗାମୀଙ୍କୁ ସମ୍ବୋଧନ କରିଥିଲେ। ପ୍ରଥମେ ଶ୍ରୀଶ୍ରୀ ଓଡିଆରେ ‘କେମିତି ଅଛ’ବୋଲି କହିଥିଲେ। ଦେଶ ସେବା ହିଁ ଇଶ୍ୱର ସେବା ବୋଲି ଶ୍ରୀ ଶ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ। ସବୁ ଥାଇ ବି ଆଜି ବେକାରୀ,ବେରୋଜଗାରୀ ବଢ଼ୁଛି। ଏହାର ସମାଧାନ ପାଇଁ ରାସ୍ତା ଦରକାର । ତେଣୁ ସବୁ ମିଳିମିଶି ପ୍ରଗତୀଶୀଳ ବିଚାରଧାରକୁ ଆଗେଇନେଲେ ଦେଶର ବିକାଶ ହେବ ବୋଲି ସେ କହିଥିଲେ। ସସ୍ଥାନିୟ କଳାହାଣ୍ଡି ଉତ୍ସବ ପଡିଆଠାରେ ଏହି ଅବସରରେ ଆୟୋଜିତ ମହାସତସଂଗ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଆର୍ଟ ଅଫ ଲିଭିଙ୍ଗର ଅନୁଗାମୀ ଉପସ୍ଥିତ ଥିଲେ। ଏଠାରେ ପାଞ୍ଚଟି ବିଭିନ୍ନ ଟ୍ରେଡର କୌଶଳ ବିକାଶ ତାଲିମ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏଥିରେ ଏକ ହଜାର ଅଣକୁଶଳୀଙ୍କୁ ତାଲିମ ପ୍ରଦାନ କରାଯିବ। ପରବର୍ତ୍ତି ସମୟରେ ଏହାର ପରିସୀମାକୁ ଆହୁରି ବୃଦ୍ଧି କରାଯିବ। ଆଗାମୀ ଦିନରେ ଧର୍ମଗଡଠାରେ ଏକ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ପରିକଳ୍ପନା ରହିଛି ଏବଂ ଏଥିପାଇଁ ଜମି ଯୋଗାଇଦେବାକୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଜମି ମିଳିବାପରେ ଏହି ବିଶ୍ୱ ବିଦ୍ୟାଳୟ କରାଯିବ ବୋଲି ଶ୍ରୀଶ୍ରୀ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସାଂସଦ ଅର୍କକେଶରୀ ଦେଓ, ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ, ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ସାଂସଦ ଭକ୍ତଚରଣ ଦାସ ମଧ୍ୟ ଯୋଗଦେବାର ଥିଲା। କିନ୍ତୁ ଉଦଘାଟନ ଫଳକରେ ଭକ୍ତ ଦାସଙ୍କ ନାମ ଦେଖିବାକୁ ମିଳିନଥିବାବେଳେ ଅର୍କ, ପୁଷ୍ପେନ୍ଦ୍ର ଓ ଦିବ୍ୟଶଂକରଙ୍କ ନାମ ଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ କେହି ବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଅବସରରେ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ତୈଳ ଦର ବୃଦ୍ଧିକୁ ନେଇ ପ୍ରଶ୍ନ କରିବାରୁ ରାଜ୍ୟ ସରକାର ନେଉଥିବା ଟ୍ୟାକ୍ସ କମ କରିଦେଲେ ଦର କମିଯାଆନ୍ତା ବୋଲି କହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories