www.samajalive.in
Friday, December 5, 2025
23.1 C
Bhubaneswar

୫ ଡିଗ୍ରୀ ତାପମାତ୍ରାରେ ଥରୁଛି ଶିମିଳିପାଳ

ଶୁକୃଳି: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଚହଲା ଏବଂ ଉପର ବାରାକାମୁଡାରେ ଗୁରୁବାର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫଳରେ ପାଦ ଦେଶ ତଥା ଆଖପାଖ ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ସକାଳେ ଲୋକେ ଘରୁ ବାହାରୁ ନ ଥିବାବେଳେ ସୂର୍ଯ୍ୟାସ୍ତ ବେଳକୁ ରାସ୍ତା ଘାଟ ଜନଶୂନ୍ୟ ହୋଇଯାଉଛି। ଶିମିଳିପାଳର ଉକ୍ତ ସ୍ଥାନରେ ୭ ଡିଗ୍ରୀ ସେଲସିୟସ ଥିଲା। ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ଶୁକୃଳି ଓ ରରୁଆ ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଗାମୀ ଦିନରେ ଶୀତ ଆହୁରି ବଢିବ ବୋଲି ଅନୁମାନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହାଡ଼ଭଙ୍ଗା ଶୀତ ସତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କଡାକଡି କରିଛନ୍ତି। ଅନ୍ୟ ପକ୍ଷରେ ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ ୪୯ରେ ଯିବା ଆସିବା କଷ୍ଟକର ହୋଇପଡୁଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories