ଭିତର ରତ୍ନ ଭଣ୍ଡାର ଚାବି ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱରେ ରହେ : ଗଜପତି ମହାରାଜ

0

ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜ ଶେଷରେ ନିଜ ମତ ଦେଇଛନ୍ତି। ଗଜପତି ମହାରାଜ ଗଜପତି ଦିବ୍ୟସିଂହ ଦେବ କହିଛନ୍ତି  ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଅଯଥାରେ  ତାଙ୍କୁ ଏହା ସହିତ ଯୋଡା ଯାଉଛି ।  ୧୯୬୦ ମସିହା ପରଠାରୁ ସରକାର ଶ୍ରୀମନ୍ଦିର କଥା ବୁଝୁଛନ୍ତି । ଏହା ସହିତ ଭିତର ରତ୍ନଭଣ୍ଡାର ଚାବି ତାଙ୍କ ପାଖରେ ରହେ ନାହିଁ । ଏହି ଚାବି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳଙ୍କ ଦାୟିତ୍ୱରେ ରହେ ବୋଲି କହିଛନ୍ତି ଗଜପତି ମହାରାଜ ସ୍ପଷ୍ଟ କରିଛନ୍ତି। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ  ତାଙ୍କୁ ଅଯଥାରେ ବିବାଦ ମଧ୍ୟକୁ ଟଣା ଯାଉଛି ବୋଲି ସେ କହିଛନ୍ତି ।

ବର୍ତ୍ତମାନ ତାଙ୍କ ପାଖରେ କେବଳ ବାହାର ରତ୍ନଭଣ୍ଡାରର ଚାବି ରହୁଥିବା ସେ ପ୍ରକାଶ କରିଛନ୍ତି । ବାହାର ରତ୍ନଭଣ୍ଡାର ମଧ୍ୟରୁ କେବଳ ଗୋଟିଏ ଭଣ୍ଡାରର ଚାବି ତାଙ୍କ ପାଖରେ ରହିଥାଏ ଏବଂ ବାହାର ଭଣ୍ଡାର ଖୋଲିଲା ବେଳେ ଗଜପତିଙ୍କ ପ୍ରତିନିଧୀ ଉପସ୍ଥିତ ରୁହନ୍ତି ବୋଲି ଦିବ୍ୟ ସିଂହ ଦେବ କହିଛନ୍ତି । ସେ କେବଳ ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷତା କରନ୍ତି ପରେ ବୈଠକରେ ନିଆଯାଉଥିବା ନିଷ୍ପତ୍ତିରେ ଦସ୍ତଖତ କରନ୍ତି ଏବଂ ତାଙ୍କ ଭୂମିକା ଜଣେ ସାଧାରଣ ସଦସ୍ୟଙ୍କ ଭଳି ହୋଇଥିବା ନେଇ ସେ ସ୍ପଷ୍ଟ କରିଛନ୍ତି।

 

Leave A Reply