ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ସଭା ଅନୁଷ୍ଠିତ

0

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଥମ ସମନ୍ବୟ ସଭା ଆୟୋଜିତ ହୋଇଯାଇଛି । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧକ୍ଷତାରେ ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟ​‌ର ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ମାସ ମଧ୍ୟରେ ରାସ୍ତା ଓ ନାଳ ନର୍ଦ୍ଧମା କାମ ଶେଷ, ରଥଯାତ୍ରା ସମୟରେ ୧୩୦ ଜଣ ଡାକ୍ତର ଓ ୩୯୦ ଜଣ ପାରା ମେଡିକାଲ ଷ୍ଟାଫ୍, ଭକ୍ତଙ୍କ ସୁବିଧା ପାଇଁ ୭୦ଟି ସ୍ବନ୍ତ୍ରତ ରେଳ, ୮ଟି ସ୍ଥାନରେ ପାର୍କିଂର ବ୍ୟବସ୍ଥା ଆଦି ଉପରେ ବୈଠକରେ ଗୁରୁତ୍ଵ ଦିଆଯାଇଛି । ଏହା ସହ  ଓ ରଥଯାତ୍ରା ବେଳେ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ତ୍ରୀ ମହେଶ୍ବର ମହାନ୍ତି, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ଏସପି ସାର୍ଥକ କୁବାର ସଡଙ୍ଗୀ ଓ ମୁନିସପାଲଟି ଅଧ୍ୟକ୍ଷ ଜୟନ୍ତ କୁମାର ସଡଙ୍ଗୀ ବୈଠକରେ ଉପସ୍ଥିତ ଥିଲେ ।

Leave A Reply