ବୁଧବାର ରାଶିଫଳ

0

ମେଷ: ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ଆଶାବାଦୀ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଅଶ୍ୱିନୀ ନକ୍ଷତ୍ର ଜାତ ଅଯଥା ଉପଦେଶ ଶୁଣି ବିରକ୍ତି ପ୍ରକାଶ କରିପାରନ୍ତି। କୃର୍ତ୍ତିକା ନକ୍ଷତ୍ର ମୋହଗ୍ରସ୍ତ ହୋଇ ଭୁଲ କାର୍ଯ୍ୟ କରିପାରନ୍ତି।

ବୃଷ: ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସୁଖ-ସମ୍ମାନ ଲାଭ କରିପାରନ୍ତି। ଚିନ୍ତା ଦୂର ହେବ। ପାରିବାରିକ ସୁଖ, ଶାନ୍ତି ମିଳିବ। ଉନ୍ନତି ପଥରେ ଆଗକୁ ବଢ଼ିବେ। କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ର ଜାତ ସାମାନ୍ୟ ଶୁଭଫଳ ପାଇବେ।

ମିଥୁନ: ଆର୍ଦ୍ରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କ କର୍ମକ୍ଷେତ୍ର ଶାନ୍ତିପ୍ରଦ ହେବ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଏହି କାର୍ଯ୍ୟ ଶୁଭକର୍ମରେ ହେବ। ଆମୋଦ-ପ୍ରମୋଦରେ ବୁଡ଼ି ରହିବେ। ମୃଗଶିରା ନକ୍ଷତ୍ର ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧା ହେବ।

କର୍କଟ: ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତିମାନେ ପରୀକ୍ଷାରେ ଅତି ଶୁଭଫଳ ପ୍ରାପ୍ତ ହେବେ। ମନ ପ୍ରସନ୍ନ ରହିବ। ବନ୍ଧୁ ମିଳନ ଘଟିବ। ବିଭିନ୍ନ ସ୍ତରରୁ ସାହାଯ୍ୟ ସହଯୋଗ ମିଳିବ। ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ।

ସିଂହ: ପୂର୍ବା ଫାଲ୍‍ଗୁନୀ ନକ୍ଷତ୍ର ଜାତବ୍ୟକ୍ତି ଧନ-ଜନ-ଗୋପ-ଲକ୍ଷ୍ମୀ ପ୍ରାପ୍ତ ହେବେ। ପାରିବାରିକ ସ୍ନେହ, ଶ୍ରଦ୍ଧା ସହ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିଭିନ୍ନ ସ୍ତରରୁ ଅର୍ଥ ମିଳିବ। ମଘା ଓ ଉତ୍ତରା ଫାଲ୍‍ଗୁନୀ ସାମାନ୍ୟ ଶୁଭଫଳ ପାଇବେ।

କନ୍ୟା: ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ସେବା-ପୂଜାରେ ମନୋନିବେଶ କରିପାରନ୍ତି। ସୁଖ-ଶାନ୍ତି ମିଳିବ। ଆମୋଦ-ପ୍ରମୋଦ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ଉତ୍ତରା ଫାଲଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଫଳ ପାଇବେ।

ତୁଳା: ସ୍ୱାତୀ ଓ ବିଶାଖା ନକ୍ଷତ୍ର ଜାତବ୍ୟକ୍ତି ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଶାରୀରିକ ପୀଡ଼ାର ଉପଶମ ହେବ। ଦୁଃଖ ଦୂର ହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଖର୍ଚ୍ଚାନ୍ତ ହୋଇପାରନ୍ତି।

ବିଛା: ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ର ଜାତବ୍ୟକ୍ତି ନିଜ ଚିନ୍ତାଧାରାରେ କାର୍ଯ୍ୟ କଲେ ସଫଳତା ପାଇବେ। ଦୁଶ୍ଚିନ୍ତା ଦୂର ହେବ। ଉଚ୍ଚକର୍ତ୍ତୃପକ୍ଷଙ୍କ ଶୁଭଦୃଷ୍ଟି ରହିବ। ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ପାଇବେ। ଦୁର୍ଘଟଣାରୁ ବର୍ତ୍ତି ଯିବେ।

ଧନୁ: ପୂର୍ବାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ପାଇଁ ବହୁ ସୁଯୋଗ ସୃଷ୍ଟି ହୋଇଛି। ନିଜ କାର୍ଯ୍ୟ ପାଇଁ ଗର୍ବିତ ହୋଇପାରନ୍ତି। ଈଶ୍ୱର ନିଷ୍ଠା ଯୋଗୁଁ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱଳ୍ପ ପରିମାଣ ଲାଭଯୁକ୍ତ ହେବେ।

ମକର: ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କରି ସଫଳତା ଲାଭ କରିବେ। ପରକୁ ସ୍ନେହପୂର୍ଣ୍ଣ ବାକ୍ୟରେ ପରକୁ ଆପଣାର କରିପାରନ୍ତି। ଉତ୍ତରାଷାଢ଼ା ଓ ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଫଳ ପ୍ରାପ୍ତ ହେବେ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ପୂର୍ବଭାଦ୍ରା ଜାତବ୍ୟକ୍ତି ସୌଭାଗ୍ୟଶାଳୀ ହେବେ। କର୍ମ କୁଶଳତାରେ ଆନନ୍ଦ ଅନୁଭବ କରିବେ। ଆର୍ଥିଁକ ଲାଭର ସୂଚନା ମିଳୁଛି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ଧନିଷ୍ଠା ନକ୍ଷତ୍ରର ସାମାନ୍ୟ ଫଳ।

ମୀନ: ପୂର୍ବଭାତ୍ରପଦ ଓ ରେବତୀ ନକ୍ଷତ୍ର ଜାତ ବ୍ୟକ୍ତି ଦେବ-ଦେବୀ ଦର୍ଶନ କରି ଆଶ୍ୱସ୍ତ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଆନନ୍ଦ-ଉଲ୍ଲାସରେ ଦିନଟି ଅତିବାହିତ ହେବ। ଉତ୍ତରାଭାଦ୍ରପଦର ସାମାନ୍ୟ ଶୁଭଫଳ।

Leave A Reply