ରାଶି ଅନୁଯାୟୀ ଜାଣନ୍ତୁ ଧନପ୍ରାପ୍ତିର ବୟସ

0

ମେଷ: ଏହି ରାଶିର ବ୍ୟକ୍ତିମାନଙ୍କୁ ୧୯, ୨୮, ୩୭ ଓ ୫୫ ବର୍ଷ ବୟସରେ ଆକସ୍ମିକ ଭାବରେ ଧନପ୍ରାପ୍ତିର ସୌଭାଗ୍ୟ ରହିଛି। ନିଜ ପରିଶ୍ରମରୁ ହିଁ ଧନ ମିଳିବ। ଧନ ପ୍ରାପ୍ତି ପାଇଁ ନିୟମିତ ଭାବରେ ମା ଲକ୍ଷ୍ମୀଙ୍କୁ ଆରଧାନା କରିବା ସହ ଗୋଲାପ ଫୁଲ ଅର୍ପଣ କରନ୍ତୁ।

ବୃଷ: ୨୯, ୩୮ ଓ ୫୬ ବର୍ଷ ବୟସରେ ଧନ ପ୍ରାପ୍ତି ହେବ। ଏମାନଙ୍କୁ ଜୀବନସାଥୀ ପକ୍ଷରୁ ଟଙ୍କା ଧନ ପ୍ରାପ୍ତିର ଯଥେଷ୍ଟ ସମ୍ଭାବନା ରହିଛି।

ମିଥୁନ: ଏମାନଙ୍କୁ ୨୭, ୩୬,୪୫ ଓ ୫୭ ବର୍ଷ ବୟସରେ ଧନ ପ୍ରାପ୍ତି ହେବ। ପିତା ପକ୍ଷରୁ ଏବଂ ନିଜ ପରିଶ୍ରମରୁ ଧନ ପ୍ରାପ୍ତି ହେବ। ଆପଣଙ୍କୁ ନିୟମିତ ଭାବେ ହନୁମାନଙ୍କୁ ସିନ୍ଦୁର ଚଢାନ୍ତୁ।

କର୍କଟ: ୨୩, ୨୭, ୩୨, ୪୮ ଓ ୫୮ ବର୍ଷ ବୟସରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଧନ ପ୍ରାପ୍ତିରେ ଆପଣଙ୍କ ଶଶୁର ଘର ପକ୍ଷରୁ ସହଯୋଗ ମିଳିବ। ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ସିଂହ: ଆପଣଙ୍କୁ କେବଳ ନିଜ ପରିଶ୍ରମରୁ ହିଁ ଟଙ୍କା ମିଳିବ। ୨୮, ୩୨, ୫୦ ଓ ୬୮ ବର୍ଷରେ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ମା ଲକ୍ଷ୍ମୀଙ୍କ ନିୟମିତ ଭାବେ ଗୁଜୁରାତି ପ୍ରଦାନ କରନ୍ତୁ।

କନ୍ୟା: ଆପଣଙ୍କୁ ଜୀବନସାଥୀ ଓ ବେପାରରୁ ଧନ ପ୍ରାପ୍ତିର ଯୋଗ ରହିଛି। ୧୫, ୨୪, ୩୩ ଓ ୪୨ ବର୍ଷ ବୟସରେ ଧନ ମିଳିବ। ଆପଣ ନିୟମିତ ଭାବେ ରୂପା ଧାରଣ କରନ୍ତୁ ଏବଂ ଭଗବାନ ଶିବଙ୍କୁ ପୂଜା କରନ୍ତୁ।

prayash

ତୁଳା: ୧୬, ୩୪, ୪୨ ଓ ୫୧ ବର୍ଷ ବୟସରେ ଧନ ମିଳିବ। ସ୍ତ୍ରୀ ପକ୍ଷରୁ ଧନ ପ୍ରପ୍ତିର ଯୋଗ ରହିଛି। ନିୟମିତ ଭାବେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ।

ବିଛା: ଏହି ରାଶିର ଲୋକଙ୍କ ପିତା ପକ୍ଷରୁ ଧନ ପ୍ରାପ୍ତିର ଯୋଗ ରହିଛି। ୩୫, ୪୪, ୫୩ ଓ ୬୨ବର୍ଷ ବୟସରେ ପ୍ରଚୁର ଧନ ପ୍ରାପ୍ତିର ସମ୍ଭାବନା ରହିଛି। ପ୍ରତିଦିନ ଗଣେଶ ଭଗବାନଙ୍କୁ ଦୂବ ଅର୍ପଣ କରନ୍ତୁ।

ଧନୁ: ୩୬, ୪୫, ୫୪ ଓ ୬୩ ବର୍ଷ ଧନ ପ୍ରାପ୍ତିରେ ମହତ୍ତ୍ବପୂର୍ଣ୍ଣ ଅଟେ। ମାତା ବା ପିତା ପକ୍ଷରୁ ଧନ ପ୍ରାପ୍ତିର ସମ୍ଭାବନା ରହିଛି। ନିୟମିତ ଭାବେ ମା ଲକ୍ଷ୍ମୀଙ୍କୁ ଗୋଲାପ ଚଢାନ୍ତୁ।

ମକର: ନିଜ କାରବାରରୁ ଧନ ପ୍ରାପ୍ତିର ଯୋଗ ରହିଛି। ୨୮, ୩୭ ୪୬ ଓ ୫୫ ବର୍ଷ ବୟସରେ ପ୍ରବଳ ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରତି ମଙ୍ଗଳବାର ଭଗବାନ ହନୁମାନଙ୍କୁ ଦର୍ଶନ କରିବା ଲାଭ ହେବ।

କୁମ୍ଭ: ଆପଣଙ୍କୁ ଧନ ଭାଗ୍ୟ ଓ ଇଶ୍ବର କୃପାରୁ ମିଳିଥାଏ । ୨୯, ୩୮, ୪୭ ଓ ୫୭ ବର୍ଷରେ ପ୍ରଚୁର ଧନ ପ୍ରାପ୍ତିର ଯୋଗ ରହିଛି।

ମୀନ: ୩୯, ୪୮, ୫୭ ବର୍ଷରେ ଧନ ପ୍ରାପ୍ତିର ସମ୍ଭାବନ ରହିଛି। ସନ୍ତାନ ପକ୍ଷରୁ ଧନପ୍ରାପ୍ତିର ଯୋଗ ରହିଛି। ଆପଣ ନିୟମିତ ଅଶ୍ବତ୍ଥ ଗଛ ମୂଳରେ ସୋରିଷ ତେଲରେ ଦୀପ ଜାଳନ୍ତୁ ।

kalyan agarbati
Leave A Reply