www.samajalive.in
Monday, December 15, 2025
24.1 C
Bhubaneswar

ଆଠଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ

ଆଠଗଡ଼ :  ଆଠଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦରେ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ଏହି ଅବସରରେ ଖୁଣ୍ଟୁଣୀ ଗାନ୍ଧୀ ପଡିଆ ଠାରୁ ଏକ ବିରାଟ ମଟରସାଇକେଲ ଶୋଭାଯାତ୍ରା ବାହାରି ଆଠଗଡ଼ ବୀରକିଶୋର ପୁର ଗୋଲେଇ ଛକ ଠାରେ ପହଞ୍ଚିଥିଲା । ବାସନ୍ତୀକ ଦୁର୍ଗାପୂଜା ନବରାତ୍ରିର ଆରମ୍ଭ ତଥା ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରତିଷ୍ଠାତା ଡଃ କେଶଵରାମ ହେଡଗେୟାରଙ୍କ ଜନ୍ମଦିନ ଓ ହିନ୍ଦୁ ନବବର୍ଷ ଵା ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଅନେକ ସ୍ଥାନରେ ଲୋକମାନେ ଘର ଆଗରେ ଝୋଟି, ଚିତା ପକାଇ ଆମ୍ବ ତୋରଣ ଏବଂ କଳସ ରଖି ମିଠା ବାଣ୍ଟି ଏହି ନୂତନ ବର୍ଷ ପାଳନ କରୁଥିବା ଦେଖିବାକୁ ମିଳିଥିଲା । ମଞ୍ଚର ସଭାପତି ତପନ କୁମାର ଲେଙ୍କାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମନାରାୟଣ ମହାନ୍ତି, ବ୍ରଜେନ୍ଦ୍ର କୁମାର ରାୟ, ରାକେଶ ମହାନ୍ତି, ମିଥୁନ ମଲ୍ଲିକ, ରଞ୍ଜନ ସେନାପତି, ବିକ୍ରମ ଦାଶ, ଅଶୋକ କୁମାର ନାୟକ, ମହେଶ୍ୱର ଲେଙ୍କା, ଅଶ୍ଵିନୀ ସାହୁ, ବଳରାମ ରାଉତ, ସନାତନ ଲେଙ୍କା, ସମୀର ପ୍ରଧାନ ପ୍ରମୁଖ ଶତାଧିକ ଯୁବକ ସାମିଲ ହୋଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories