www.samajalive.in
Friday, December 5, 2025
26.1 C
Bhubaneswar

ଜଣେ କିରାଣୀ ଓ ୨ଜଣ ଶିକ୍ଷକରେ ଚାଲିଛି ଏମକେସିଜି ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ

ମୋହନା : ଗଜପତି ଜିଲ୍ଲା ମୋହନା ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦୃଷ୍ଟିହୀନ, ବଧିର ତଥା ସ୍ବତନ୍ତ୍ର ବିଦ୍ୟାଳୟ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି। କର୍ମଚାରୀଙ୍କ ଅଭାବ ସାଙ୍ଗକୁ ସଂପାଦକଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ  ବିଦ୍ୟାଳୟରେ ପାଠ ପଢା ବ୍ୟାଘାତ ହେବା ସହ ବାର୍ଷିକ ପରୀକ୍ଷା ଆଜି ପର୍ଯ୍ୟନ୍ତ ହୋଇନାହିଁ।
ବିଦ୍ୟାଳୟର ସଂପାଦକ ଦଣ୍ଡାସି ସାହୁ କୌଣସି କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ଦରମା ଦେଉନ ଥିବା ଅଭିଯୋଗ ହେଉଛି । ପିଲା ମାନଙ୍କ ପାଇଁ ଆସୁଥିବା ହଷ୍ଟେଲ ପରିଚାଳନା ଅର୍ଥ ମଧ୍ୟ ହଡପ କରି ଦେଉଛନ୍ତି । ବିଦ୍ୟାଳୟରେ ୪୦ ପିଲା ରହୁଥିବା ବେଳେ ୧୪୦ ପିଲାଙ୍କ ନାମ ଉପସ୍ଥାନ ଖାତାରେ ପକାଇ ସେମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଚାଉଳ, ରାସନ୍ ସାମଗ୍ରୀ, ସାବୁନ, ତେଲ, ଇତ୍ୟାଦି କେନ୍ଦ୍ରୀୟ ଅନୁଦାନକୁ ମଧ୍ୟ ସେ ହଡ଼ପ କରୁଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କୁ ଦରମା ନ ଦେବା ଫଳରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଖିଳ କୁମାର ସାହୁଙ୍କ ସମେତ କୋୖଣସି କର୍ମଚାରୀ ଦୀର୍ଘ ଦିନ ହେଲା ଆସୁନାହାଁନ୍ତି । ବିଦ୍ୟାଳୟରେ ଶିକ୍ଷକମାନେ ନ ରହିବା ଯୋଗୁଁ କୌଣସି ପାଠପଢ଼ା ହେଉନାହିଁ । ବିଦ୍ୟାଳୟ ସଂପାଦକ ଢେଙ୍କାନାଳରୁ ଭଡ଼ାରେ କର୍ମଚାରୀ ମଗାଇ କିରାଣୀଙ୍କୁ ଧରି ତାଙ୍କ ଦ୍ଵାରା ପିଏଫ୍ଏମଏସ ଦ୍ଵାରା ମିଥ୍ୟା ବିଲ୍ ଭାଉଚର କରି ଘୋର ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି।
ବିଦ୍ୟାଳୟର ଏଭଳି ଦୁର୍ନୀତି ହେଉଥିବାର ଜାଣିପାରି ବିଦ୍ୟାଳୟ ସଭାପତି ବାସନ୍ତୀ ମଳିକଙ୍କ ସମେତ ବହୁ କମିଟି ସଭ୍ୟ ଦୀର୍ଘ ୩ ବର୍ଷ ହେଲାଣି ବିଦ୍ୟାଳୟକୁ ଆଉ ଆସୁନାହାଁନ୍ତି କି କୌଣସି ବୈଠକ ବହିରେ ଦସ୍ତଖତ କରିନାହାନ୍ତି। ଜଣେ କମିଟି ସଭ୍ୟ ନିଜ ନାମ ଗୋପନ ରଖି କହିଛନ୍ତି ଯେ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ନ ହୋଇ କେବଳ କାଗଜପତ୍ରରେ ବୈଠକ ଚାଲିଛି। ତେଣୁ ସଂପାଦକ ଅନୁଦାନ ଟଙ୍କା ହଡ଼ପ କରୁଛନ୍ତି ଓ ମିଥ୍ୟା ପ୍ରସ୍ତାବ ପାସ କରୁଛନ୍ତି ।  କେବଳ କାଗଜପତ୍ରରେ ୨୦୦ ପିଲା ଓ ୬୫ କର୍ମଚାରୀ ଅଛନ୍ତି ବୋଲି ଜିଲ୍ଲା ପ୍ରଶାସନକୁ ଦର୍ଶାଇ ଅନୁଦାନ ଅର୍ଥ ହଡ଼ପ କରୁଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗ ହୋଇଛି । ସାରଣୀ ଅନୁସାରେ ଖାଇବାକୁ ଦେଉନାହାନ୍ତି। କେବଳ ପଖାଳ ଭାତକୁ ଆଳୁଭଜା ଖାଇବାକୁ ଦେଇ ପ୍ରତ୍ୟେକ ପିଲା ପିଛା ମାସିକ ୨୫୦୦ ଟଙ୍କା ଓ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟାହ୍ନ ଭୋଜନ ଚାଉଳକୁ ହଡ଼ପ କରୁଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ବିଦ୍ୟାଳୟରେ  ପିଲାମାନେ ପାଠ ପଢିବାକୁ ଶ୍ରେଣୀ ଗୃହ ଅଭାବ ରହିଥିବା  ବେଳେ କିରାଣୀ ମାଡାମ ବିଦ୍ୟାଳୟ ଭିତରେ କ୍ଲାସ୍ ରୁମରୁ ଗୋଟିଏ ମାଡିବସି ରହୁଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ କମିଟିରୁ ସଂପାଦକ ଦଣ୍ଡାସି ସାହୁକୁ ବହିଷ୍କାର ଓ ପ୍ରତ୍ୟେକ କର୍ମଚାରୀଙ୍କୁ ସମ୍ପୁର୍ଣ୍ଣ  ଦରମା ଦେବାକୁ କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ଏହି ଘଟଣାର ଭିଜିଲାନସ ତଦନ୍ତ କରିବା ପାଇଁ ଜନପ୍ରତିନିଧି ଓ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories