www.samajalive.in
Sunday, December 7, 2025
18.1 C
Bhubaneswar

ନିଜ ଝିଅକୁ ବଳାତ୍କାର ଅଭିଯୋଗରେ କନ୍‌ଷ୍ଟେବଳ ଗିରଫ

ରାଇଗଡ଼ : ଛତିଶଗଡ଼ର ରାଇଗଡ଼ ଅଞ୍ଚଳରେ ଜଣେ ପୁଲିସ କନଷ୍ଟେବଳ ନିଜ ୬ ବର୍ଷର ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଗିରଫ ହୋଇଛି। ଗତ ୨୯ ତାରିଖରେ ନିଜ ଘରେ ସମ୍ପୃକ୍ତ ୪୫ବର୍ଷୀୟ କନ୍‌ଷ୍ଟେବଳ ଝିଅକୁ ବଳାତ୍କାର କରିଥିଲା ଓ ଏ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଚେତାବନୀ ଦେଇଥିଲା।
ସୋମବାର ଝିଅ ଏ ସମ୍ପର୍କରେ ତାଙ୍କୁ ଜଣାଇଲା ବୋଲି ଅଭିଯୁକ୍ତ କନଷ୍ଟେବଳର ପତ୍ନୀ ଦର୍ଶାଇଛନ୍ତି। ଶରନଗନ ଥାନାରେ ଅଭିଯୁକ୍ତ କନଷ୍ଟେବଳ କାର୍ଯ୍ୟକରନ୍ତି। ଏହି ଥାନାରେ ଅଭିଯୋଗ ଦାୟର ହୋଇଥିଲା। ମଙ୍ଗଳବାର ଅଭିଯୁକ୍ତକୁ ଗିରଫ କରାଯିବା ପରେ ବୁଧବାର ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏଥିସହିତ ଜିଲା ପୁଲିସ ଅଧୀକ୍ଷକ ରାଜେଶ ଅଗ୍ରୱାଲ ତାକୁ ତୁରନ୍ତ ଚାକିରିରୁ ନିଲମ୍ବନ କରିଛନ୍ତି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories