ନାବାଳିକାର ବଳାତ୍କାରୀକୁ  ପିଟି ପିଟି ହତ୍ୟା

0

ଗାଜିଆବାଦ:  ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ସର୍ବସାଧାରଣରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ଜଣେ ଆଠ ବର୍ଷର ନାବାଳିକୁ ୨୪ ବର୍ଷିୟ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ନାବାଳିକା ଜଣଙ୍କ ଗୁରୁତର ହୋଇଥିଲା । ନାବାଳିକାକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଜିତେନ୍ଦ୍ର ନାମକ ଅଭିଯୁକ୍ତ ଘର ନିକଟରେ ରାତି ୧୨ଟାପରେ    ନିଜ ପତ୍ନୀକୁ ଏକ ଉତ୍ସବରେ ଛାଡିବା ପରେ ସେଠାରେ ଥିବା ଏକ ୮ ବର୍ଷର ନାବାଳିକାକୁ ସାଙ୍ଗରେ ଆଣି ବଳାତ୍କାର କରିଥଇଲା । ପିଲାଟି କାନ୍ଦିବାରୁ ସେଠାରେ ଛଥିବା ଲୋକ ସର୍ବ ସାଧାରଣରେ ଅଭିଯୁକ୍ତକୁ ନିର୍ଧୁମ ପିଟିଥିଲେ । ପୁଲି, ଏହାର ଖବର ପାଇ ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନା ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

Leave A Reply