www.samajalive.in
Wednesday, December 10, 2025
15.1 C
Bhubaneswar

ଭାଷା ବଞ୍ଚିଲେ ଜାତି ବଞ୍ଚିବ, ମାତୃଭାଷା ବିନା ସୃଜନଶୀଳତା ଅସମ୍ଭବ

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ ତଥା ମା ରମାଦେବୀଙ୍କ ୧୨୫ ତମ ଜୟନ୍ତୀ ବିଶ୍ଵବିଦ୍ୟାଳୟର ନୂତନ ପ୍ରେକ୍ଷାଳୟରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ କହିଥିଲେ ଯେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଅତି ଉଚ୍ଚ କୋଟିର, ଓଡ଼ିଶାର ପୁଷ୍ପଗିରି ବିଶ୍ଵବିଦ୍ୟାଳୟ ଦେଶର ପ୍ରଥମ ବିଶ୍ଵବିଦ୍ୟାଳୟ ଯାହା ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ପ୍ରତିଷ୍ଠା ହୋଇଥିଲା। ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ତକ୍ଷଶିଳା ଓ ନାଳନ୍ଦା ଭାରତୀୟ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ପ୍ରତୀକ। ୨୦୨୦ ପର୍ଯ୍ୟନ୍ତ ଉପନିବେଶିକ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିଲା। ନୂତନ ଶିକ୍ଷାନୀତି ତାପରେ ଆରମ୍ଭ ହେଲା। ନୂତନ ଶିକ୍ଷା ନୀତି୨୦୨୦ ଏହାର ପରିବର୍ତ୍ତନ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ।

ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ମାତୃ ଭାଷା ବିନା ଶିକ୍ଷା ତଥା ସୃଜନଶୀଳତା ବିକାଶ ଅସମ୍ଭବ ସେ ମତ ବ୍ୟକ୍ତ କରିଥିଲେ। ଏହି ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ବ ଦିଆ ଯାଇଛି ।ଆମ ଜାତି ମହାନ୍ ଜାତି। ଜାତିକୁ ଭାଷା ବଞ୍ଚାଏ ଭାଷା ବଞ୍ଚିଲେ ଜାତି ବଞ୍ଚିବ ବୋଲି ସେ କହିଥିଲେ। ୨୦୩୬ରେ ଆମେ ଓଡ଼ିଶାର ଶତବାର୍ଷିକ ପାଳନ କରିବା।  ୧୯୩୬ରେ ଓଡ଼ିଆ ଭାଷା ସଙ୍କଟରେ ଥିବା ବେଳେ ଆଜି ମେଟା ଏଆଇରେ ଓଡ଼ିଆ ଭାଷା ସଠିକ ଭାବରେ ନାହିଁ। ଛାତ୍ରୀମାନେ ଆଗକୁ ଆସି ଓଡ଼ିଶାର ବିକାଶରେ ସାମିଲ ହେଲେ ରାଜ୍ୟରେ ବିକାଶ ସମ୍ଭବ ହେବ ବୋଲି ପ୍ରକାଶ କରିଥିଲେ।

- Advertisement -

ମୁଖ୍ୟ ବକ୍ତା ଇନ୍ଫୋସିସର ମାନବ ସମ୍ବଳ ବିଭାଗ ମୁଖ୍ୟ ବବି ପଟ୍ଟନାୟକ କହିଥିଲେ ଯେ ଆଜି ନିଷ୍ପତ୍ତି ନେବା ମହିଳା ସ୍ଥାନ ମାତ୍ର ଶତକଡା ୧୦ ଭାଗ । ଏହାର ପରିବର୍ତ୍ତନ ଜରୁରୀ । ଆମେ ସମସ୍ତେ ଲିଂଗଗତ ଅସମାନ ବିଚାରର ଶିକାର । ଆମ ଭିତରେ ଆମେ ପ୍ରଥମେ ଏହାକୁ ବଦଳାଇବା ଉଚିତ୍।

ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଗୀତାଞ୍ଜଳି ଦାଶ ନାରୀ ସମାନତା ଓ ସଶକ୍ତିକରଣ କ୍ଷେତ୍ରରେ ମହିଳା ବିଶ୍ଵବିଦ୍ୟାଳୟର ଉନ୍ନତି ବିଷୟରେ ଆଲୋକପାତ କରିଥିଲେ।

କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ ଯେ ମାତ୍ର ଏକ ଦଶନ୍ଧିରେ ବିଶ୍ଵବିଦ୍ୟାଳୟ ସଫଳତା ହାସଲ କରିଛି। ପ୍ରଥମ ଥର ବି ++ ନାକ ମାନ୍ୟତା ପାଇଛି। ଯାତ୍ରା ଆହୁରି ଅନେକ ବାକି ଅଛି। ମହାବିଦ୍ୟାଳୟର ୬୦ ବର୍ଷର ଐତିହ୍ୟ ମା ରମାଦେବୀଙ୍କ ଆଦର୍ଶକୁ ଓ ପ୍ରେରଣାକୁ ନେଇ ଆମେ ଆଗକୁ ଯିବୁ ବୋଲି କହିଥିଲେ।

ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ଚଣ୍ଡୀ ଚରଣ ରଥ ସ୍ବାଗତ ଭାଷଣ ପ୍ରଦାନ ବେଳେ କୁଳସଚିବ ଶ୍ୟାମଳୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଫେସର୍ ଅପରାଜିତା ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରୀମାନଙ୍କୁ ଯାଥ ଇଂରାଜୀ ବିଭାଗରେ କୋଇନା ତମାଙ୍ଗ ପ୍ରଥମ ସ୍ଥାନ, ସ୍ନେହା ନନ୍ଦ ପ୍ରଥମ ରନର ଅପ୍ ଏବଂ ଅଙ୍କିତା ପ୍ରଧାନ ଦ୍ଵିତୀୟ ରନର୍ ଅପ୍, ଓଡ଼ିଆ ବକୃତା ପ୍ରତିଯୋଗୀତାରେ ଜ୍ୟୋତି ଶ୍ରୀ ସାହୁ, ସସ୍ମିତା ଦାସ, ଏଲିନା ସାହୁଙ୍କୁ ‘ବିଶ୍ବବିଦ୍ୟାଳୟ କପ’ ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଏନସିସି କ୍ୟାଡେଟ ଭାବେ ସାଇ ସୃତି ଜେନା , ​‌ଶ୍ରେଷ୍ଠ ଏନଏସ ଏସ୍ ଭଲ୍ୟୁଣ୍ଟର ଭାବେ ଶିକ୍ଷା ମହୋତ, କୋମଳ ସେଠୀଙ୍କୁ ପୁରସ୍କୃତ ହୋଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories