www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିଲା ରାମ ମନ୍ଦିର ଢ଼ାଞ୍ଚା: ୫ରେ ଭୂମିପୂଜନ, ୩ ବର୍ଷ ମଧ୍ୟରେ ନିର୍ମାଣ ଶେଷ ଲକ୍ଷ୍ୟ,

ବଦଳିଲା ରାମମନ୍ଦିର ଢ଼ାଞ୍ଚା। ପୂର୍ବରୁ ମନ୍ଦିରର ଉଚ୍ଚତା ୧୨୮ ଫୁଟ କରାଯିବାକୁ ସ୍ଥିର ହୋଇଥିବାବେଳେ ଏବେ ତାହାକୁ ୧୬୧ ଫୁଟ ଉଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ଏହି ମନ୍ଦିରରେ ପୂର୍ବରୁ ୩ଟି ଗମ୍ବୁଜ ନିର୍ମାଣ ଯୋଜନା ହୋଇଥିବାବେଳେ ଏବେ ୫ଟି ଗମ୍ବୁଜ ନିର୍ମାଣ ହେବ ବୋଲି ସୂଚନା ମିଳିଛି । ରବିବାର ରାମମନ୍ଦିର ଟ୍ରଷ୍ଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଦସ୍ୟ କାମେଶ୍ବର ଚୌପାଳ ।

- Advertisement -

ଶ୍ରୀ ଚୌପାଳଙ୍କ ସୂଚନା ଅନୁସାରେ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ସମତଳ କାର୍ଯ୍ୟ ଶେଷ ହୋଇଛି । ଏଲ ଏଣ୍ଡ ଟି କମ୍ପାନୀ ଏହି କାର୍ଯ୍ୟ କରିଛି ଓ ତାହା ସନ୍ତୋଷଜନକ ରହିଛି । ଭୂପୃଷ୍ଠରୁ  ୬୧ ମିଟର ତଳ ପର୍ଯ୍ୟନ୍ତ ମାଟି ନମୁନା ସଂଗ୍ରହ କରାଯାଇଛି ।  ମନ୍ଦିରର ତଳ ମହଲାର ପଥର ଖୋଦନ କାର୍ଯ୍ୟ ଶେଷ ହୋଇଛି। ତଳ ମହଲାରେ ସିଂହଦ୍ୱାର, ଗର୍ଭଗୃହ, ନୃତ୍ୟଦ୍ୱାର, ରଙ୍ଗମଣ୍ଡପ ରହିବ। ପ୍ରଥମ ମହଲାରେ ରାମଙ୍କ ଦରବାର ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯିବ । ମନ୍ଦିରରେ ୨୪ଟି କବାଟ ରହିବ, ଯାହା ମାର୍ବଲରେ ନିର୍ମିତ ହେବ। ରାଜସ୍ଥାନର ମକରାନ ଠାରୁ ଏହି ମାର୍ବଲ ପଥର ଅଣାଯିବ। ପ୍ରସ୍ତାବିତ ରାମ ମନ୍ଦିରର ଲମ୍ବ ୨୬୮ଫୁଟ, ପ୍ରସ୍ଥ ୧୪୦ଫୁଟ ଏବଂ ଉଚ୍ଚତା ୧୨୮ ଫୁଟ ସ୍ଥିର କରାଯାଇଛି। ଏହା ବ୍ୟତୀତ ମନ୍ଦିରରେ ୨୧୨ଟି ସ୍ତମ୍ଭ ରହିବ । ସେଥିମଧ୍ୟରୁ ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ୧୦୬ଟି ଲେଖାଁଏ ସ୍ତମ୍ଭ ନିର୍ମାଣ କରାଯିବ । ପ୍ରତ୍ୟେକ ସ୍ତମ୍ଭରେ ୧୬ଟି ପ୍ରତିମା ଏବଂ ମନ୍ଦିରରେ ଦୁଇଟି ପ୍ଲାଟଫର୍ମ ମଧ୍ୟ ରହିବ । ଗୋଟିଏ ପାଖ କବାଟ ଦଶରଥ ମହଲ, ଦ୍ବିତୀୟ କବାଟ ଗୋକୁଳ ଭବନ, ତୃତୀୟ କବାଟ କ୍ଷୀରେଶ୍ବରନାଥ ମନ୍ଦିର ଓ ୪ର୍ଥ କବାଟ ଟେଡ଼ିବଜାର ପାଶ୍ବରେ ରହିବ ।

ଅନ୍ୟପକ୍ଷରେ ଆସନ୍ତା ୫ ତାରିଖରେ ମନ୍ଦିରର ଭୂମିପୂଜନ ହୋଇପାରେ ବୋଲି ଚର୍ଚା ଚାଲିଛି । ଏ ସମ୍ପର୍କରେ ଶ୍ରୀ ଚୌପାଲ କାହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିବାକୁ ଅନୁରୋଧ କରାଯାଇଛି । ଏଥିପାଇଁ ଅଗଷ୍ଟ ୩ ଓ ୫ ତାରିଖ ଧାର୍ଯ୍ୟ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେବ । ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିବେ ବୋଲି ସେ କହିଛନ୍ତି । ପୂର୍ବରୁ ଅଯୋଧ୍ୟାରୁ ମାଟିକୁ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ପୂଜା କରି ଫେରାଇବା ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ଭୂମିପୂଜନ କରିବେ ବୋଲି ସୂଚନା ମିଳିଛି ।

ତେବେ ଅନ୍ୟଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୫ରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିବା ନିଶ୍ଚିତ । ଗ୍ରହ ଓ ନକ୍ଷତ୍ର ଦୃଷ୍ଟିରୁ ନୂତନ କାର୍ଯ୍ୟ କରିବା ନିମନ୍ତେ ଅଗଷ୍ଟ ୫ ତାରିଖ ଅତ୍ୟନ୍ତ ଶୁଭ ଯୋଗ ରହିଛି । ଦିନ ୧୧ଟାରୁ ଅପରାହ୍ନ ୧.୧୦ ମିନିଟ୍ ମଧ୍ୟରେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନ୍ମଭୂମି ପରିସରରେ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ ଅଗଷ୍ଟ ୫ରେ କାଶ୍ମୀରରୁ ଧାରା ୩୦୭ ଉଚ୍ଛେଦ କରାଯାଇଥିଲା । ତେଣୁ ଏହା ଏକ ବଡ଼ ସଂଯୋଗ ହୋଇପାରେ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories