www.samajalive.in
Monday, December 8, 2025
14.1 C
Bhubaneswar

ରାମମନ୍ଦିର ନିର୍ମାଣକୁ ଶରଦ ପାୱାରଙ୍କ କଟାକ୍ଷ: କହିଲେ ଏମିତି କଥା

ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପୂଜାର୍ଚନା କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ବେଦଜ୍ଞ ବ୍ରାହ୍ମଣମାନେ ଏହି ଅବସରରେ ଯୋଗ ଦେବେ । ବିଭିନ୍ନ ସାଧୁସନ୍ଥ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ହେଲେ ରାମମନ୍ଦିର ନିର୍ମାଣକୁ ନେଇ କଟାକ୍ଷ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କିଛି ଲୋକ ଭାବୁଛନ୍ତି ରାମମନ୍ଦିର ନିର୍ମାଣ ହେଲେ କରୋନା ଶେଷ ହୋଇଯିବ । କେଉଁ କାମ କେତେ ମହତ୍ବପୂର୍ଣ୍ଣ ସେ କଥା ନିର୍ଣ୍ଣୟ କରାଯିବାର ଆବଶ୍ୟକତା ରହିଛି । ସରକାରଙ୍କୁ ଏବେ ଲକଡ଼ାଉନ ଯୋଗୁଁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଚିନ୍ତା କରିବା କଥା ବୋଲି ଶ୍ରୀ ପାୱାର କହିଛନ୍ତି ।

ଶରଦ ପାୱାର ମହାରାଷ୍ଟ୍ରର ସୋଲାପୁରକୁ କରୋନା ସଂକ୍ରମଣ ସ୍ଥିତି ଅନୁଧ୍ୟାନ କରିବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଶ୍ରୀ ପାୱାର କହିଥିଲେ ଯେ କରୋନା ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ମାତ୍ର କିଛି ଲୋକ ମନ୍ଦିର ନିର୍ମାଣ କାମରେ ଲାଗିଛନ୍ତି । ସେମାନେ ଭାବୁଛନ୍ତି ଯେ ମନ୍ଦିର ନିର୍ମାଣ ହୋଇଗଲେ ଦେଶରୁ କରୋନା ପଳାଇବ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories