www.samajalive.in
Sunday, December 7, 2025
26.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା: ପ୍ରଥମ ଦିନରେ କେନ୍ଦୁଝରରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ଦାବୀ ଜୋର ଧରିଲା

କେଶଦୁରାପାଳ: ଗାନ୍ଧୀ ଜୟନ୍ତୀରୁ କେନ୍ଦୁଝର ଜିଲା ବିକାଶ ପାଇଁ ପଦଯାତ୍ରା ଆରମ୍ଭ ହୋଇଯାଇଛି। ବାରିଗାଁ ମାଧନେଇ ସେବା ସଂଘ ପକ୍ଷରୁ ଏହି ପଦଯାତ୍ରା ଅକ୍ଟୋବର ୨ରୁ ୪ ଦଫା ଦାବୀ ନେଇ ବାରିଗାଁ ଠାରୁ ସକାଳ ୭ଟା ରୁ ଆରମ୍ଭ ହୋଇଥିଲା। ଘସିପୁରା ଠାରେ କେନ୍ଦୁଝର ଜିଲ୍ଲାର ସମସ୍ୟାର ସମାଧାନ ପାଇଁ ୪ ଦଫା ଦାବିରେ ହେଉଥିବା ଆନ୍ଦୋଳନକୁ ସମର୍ଥନ କରି ଆଦର୍ଶ ସେବା ସଂଘର ସଭାପତି ଯଜ୍ଞ ପ୍ରସାଦ ବାରିଗାଁ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେହିପରି ଘଷିପୁରାଠାରେ ଆନ୍ଦୋଳନକୁ ସମର୍ଥନ କରି ସଂଘର ବରିଷ୍ଠ ସଦସ୍ୟ ରଘୁନାଥ ନାହାକ, ମନୋଜ ସାହୁ, ଦାମୋଦର ସାହୁ, ଶିବାଶିଷ ସାହୁ, ସୀତାରାମ ସାହୁ, ଲକ୍ଷ୍ମୀଧର ସାହୁ, ସତ୍ୟବ୍ରତ ସାହୁ, ଦୀପକ୍ ସାହୁ, ହରିହର ସାହୁ, ପ୍ରିତିଶ୍ ତାଇସନ୍ ପ୍ରମୁଖ ସ୍ଲୋଗାନ ଦେଇଥିଲେ। ଏହି ଶୋଭାଯାତ୍ରାକୁ ବିଦିଷା ଚକ୍ରବର୍ତ୍ତୀ, ଆଦ୍ୟାସା ପ୍ରିୟଦର୍ଶିନୀ, ଆଦୃତା ପ୍ରିୟଦର୍ଶିନୀ, ବିଦିପ୍ତା ଚକ୍ରବର୍ତ୍ତୀ ପ୍ରମୁଖ ବନ୍ଦାପନା କରିଥିଲେ।

ସୂଚନାଯୋଗ୍ୟ, ସଂଘ ସଭାପତି ଯଜ୍ଞ ପ୍ରସାଦ ଏହି ଶୋଭାଯାତ୍ରାରେ ସାମିଲ ହୋଇ କେନ୍ଦୁଝର ପର୍ୟ୍ୟନ୍ତ ପଦଯାତ୍ରାରେ ଯିବେ। ସେହିପରି କେନ୍ଦୁଝର ଟ୍ରକ ମାଲିକ ସଂଘ ଗୋହିରା ପ୍ରାଣ ବଲ୍ଲବ ସ୍କୁଲ ନିକଟରେ ଏହି ପଦଯାତ୍ରାକୁ ସମର୍ଥନ କରିବା ସହ ଶୋଭାଯାତ୍ରାରେ ଯାଉଥିବା ସମସ୍ତ ଉଦ୍ୟକ୍ତାମାନଙ୍କୁ ଥଣ୍ଡା ପାନୀୟ ସହିତ ଶୁଖିଲା ଖାଦ୍ୟ ଓ ପାଣି ପ୍ରଦାନ କରିଥିଲେ ଏହି ସମୟରେ କେନ୍ଦୁଝର ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, କ୍ଷୀରୋଦ କୁମାର ସାହୁ, ଭଗବାନ ସାହୁ, ପ୍ରକାଶ ସାହୁ, କୁଳମଣୀ ସାହୁ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଦିନ ଗୋଟାଏ ସମୟରେ ଧକୋଠା ଐଶୁର୍ୟ୍ୟା ସାମାଜିକ ସଂଗଠନ ପକ୍ଷରୁ ମଧ୍ୟାନ ଭୋଜନ ପରେ ପଦଯାତ୍ରା ଘଟଗାଁଠାରେ ପହଞ୍ଚିବା ଜଣାପଡ଼ିଛି। ଜିଲାର ବିକାଶ ପାଇଁ ଆସନ୍ତା ୫ ତାରିଖରେ କେନ୍ଦୁଝର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିବେ। ଏହି ପଦଯାତ୍ରା ରେ ଆନନ୍ଦପୁରର ବରିଷ୍ଠ ନାଗରିକ, ସଚେତନ ଜନତା ଓ ମା ଧନେଇ ସେବା ସଂଘର ସଭାପତି ବିଷ୍ଣୁ ପ୍ରସାଦ ବାରିକଙ୍କ ସହିତ ଅବସର ଶିକ୍ଷକ ନାରାୟଣ ସାହୁ ଓମ୍ ପ୍ରକାଶ ସାହୁ, ଆଶୁତୋଷ ପଣ୍ଡା, କେଶବ ଚନ୍ଦ୍ର ସାହୁ, ମନୋଜ କୁମାର ସାହୁ, ତୋଫାନ କୁମାର ସେଠୀ, ବଳରାମ ସାହୁ, ବିଶ୍ଵଜିତ ସାହୁ, ସିପୁନ ସାହୁ, ଚନ୍ଦ୍ର ମଣୀ ଯେନା, ଜଟି ଯେନା ପ୍ରମୁଖ ଅକ୍ଟୋବର ୨ ତାରିଖରୁ ମାଧନେଇ ସେବା ସଂଘରୁ ବାହାରି ୫ ତାରିଖରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ୪ ଦଫା ଦାବୀ ପତ୍ର ପ୍ରଦାନ କରିବେ। ପ୍ରଥମ ଦାବୀ ଆନନ୍ଦପୁର ଓ ଚମ୍ପୁଆକୁ ରେଳପଥ ସଂଯୋଗ ଦିତୀୟ ଦାବୀ କେନ୍ଦୁଝର ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ତୃତୀୟ ଦାବୀ ୨୦ ନମ୍ବର ଜାତୀୟ ରାଜପଥର ଅସମ୍ପୂର୍ଣ୍ଣ ରାସ୍ତା ସଂପୂର୍ଣ୍ଣ ସହିତ ବେଲ ବାହାଳି ପୋଲ ନିର୍ମାଣ ଚତୁର୍ଥ ଦାବୀ ୨୦ ନମ୍ବର ଜାତୀୟ ରାଜପଥ ର ଅସମ୍ପୂର୍ଣ୍ଣ ରାସ୍ତା ଓ ବେଲ ବାହାଳି ପୋଲ ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ଯାଏ ଟୋଲ ଆଦାୟ ବନ୍ଦ କରିବା ନେଇ ଦାବୀ ପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories