www.samajalive.in
Monday, December 15, 2025
24.1 C
Bhubaneswar

ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦନ ହେବ ପ୍ରତିରକ୍ଷା ସାମଗ୍ରୀ – ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ଆମଦାନୀ ହ୍ରାସ କରିବା ଓ ଦେଶର ସଶସ୍ତ୍ର ବାହିନୀର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ସମସ୍ତ ପ୍ରତିରକ୍ଷା ସାମଗ୍ରୀର ଦେଶୀୟ ଜ୍ଞାନକୌଶଳରେ ଉତ୍ପାଦନ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଅତ୍ୟାଧୁନିକ ଜ୍ଞାନକୌଶଳର ସମ୍ପୂର୍ଣ୍ଣ ବ୍ୟବହାର କରିବା ପ୍ରତି ମଧ୍ୟ ସେ ଗୁରୁତ୍ୱ ଆରୋପ କରିଛନ୍ତି। ମଙ୍ଗଳବାର ନୂଆଦିଲ୍ଲୀରେ ଭାରତୀୟ ବିମାନ ବାହିନୀର ଆଧୁନିକୀକରଣ ଓ ଦେଶୀୟକରଣ ଯୋଜନା ସଂକ୍ରାନ୍ତ ଏକ ଆଲୋଚନାଚକ୍ରରେ ଉଦବୋଧନ ଦେଇ ରାଜନାଥ ଏହା କହିଛନ୍ତି।

ଭାରତର ପ୍ରତିରକ୍ଷା ଉତ୍ପାଦନରେ ପୁଞ୍ଜିନିବେଶ କରିବାକୁ ସେ ବିଦେଶୀ କମ୍ପାନୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି ଏହି କ୍ଷେତ୍ରରେ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ବେସରକାରୀ କ୍ଷେତ୍ରକୁ ଜଡିତ କରିବାକୁ ଉଦ୍ୟମ କରାଯାଉଛି। ଭାରତୀୟ ବିମାନ ବାହିନୀ ବୈଷୟିକ ଜ୍ଞାନଦୃଷ୍ଟିରୁ ଏକ ଉନ୍ନତବାହିନୀ ଓ ଅତ୍ୟନ୍ତ ଦକ୍ଷ ପ୍ରତିରକ୍ଷା ବାହିନୀ ବୋଲି ସେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଭାରତର ପଡୋଶୀ ଦେଶରେ ଥିବା ଆତଙ୍କବାଦୀ ଆଡ୍ଡାସ୍ଥଳୀଗୁଡ଼ିକ ଉପରେ ସମ୍ପ୍ରତି ହୋଇଥିବା ଆକ୍ରମଣରୁ ବିମାନ ବାହିନୀର ଦକ୍ଷତା ଓ ପରାକାଷ୍ଠାର ପ୍ରମାଣ ସାର୍ବଜନୀନ ହୋଇଛି। ଆଲୋଚନାଚକ୍ରରେ ମୁଖ୍ୟ ବକ୍ତବ୍ୟଦେଇ ବିମାନ ବାହିନୀ ମୁଖ୍ୟ ମାର୍ଶାଲ ବି.ଏସ୍‍. ଧନୋଆ କହିଛନ୍ତି ବିଦେଶର ମହଙ୍ଗା ତଥା ପୁରାତନ ଯନ୍ତ୍ରପାତି ଓ ଅସ୍ତ୍ରଶାସ୍ତ୍ର ସ୍ଥାନରେ ଦେଶରେ ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଉଛି। ବିମାନବାହିନୀ ବାହିନୀର ଦକ୍ଷତା ବୃଦ୍ଧି ପାଇଁ ଏଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ। ଭାରତୀୟ ବିମାନବାହିନୀର ଦକ୍ଷତା ବୃଦ୍ଧି ପାଇଁ ଅଧିକ ଯୁଦ୍ଧବିମାନ ସଂଗ୍ରହ ପ୍ରତି ସେ ଗୁରୁତ୍ୱାରୋପ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories