ନାବାଳକ ପଥର ଫିଙ୍ଗାଳିଙ୍କ ବିରୋଧରେ ମାମଲା ପ୍ରତ୍ୟାହାର ହେବ

0

ଶ୍ରୀନଗର  : ସମ୍ପ୍ରତି ଦୁଇଦିନିଆ ଜାମ୍ମୁ କାଶ୍ମୀର ଗସ୍ତରେ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ରାଜ୍ୟର ଯୁବପିଢ଼ିଙ୍କ ଉତ୍‍ଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଶସ୍ତ୍ର ବାହିନୀ ଏବଂ କ୍ରୀଡ଼ା କ୍ଷେତ୍ରରେ ଏହି ଯୁବପିଢିଙ୍କ ଭବିଷ୍ୟତ ଗଠନ ଦିଗରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଆଗାମୀ ଦିନରେ ରାଜ୍ୟର ନାବାଳକ ପଥର ଫିଙ୍ଗାଳିମାନଙ୍କ ବିରୋଧରେ ଥିବା ମାମଲାଗୁଡିକ ପ୍ରତ୍ୟାହାର କରାଯିବ। ଏପରିକି ଅନ୍ୟମାନଙ୍କ ଦ୍ୱାରା ଦିଗହରା ହୋଇ ପଥର ଫିଙ୍ଗା ଅଭିଯାନରେ ସାମିଲ ଲୋକଙ୍କ ବିରୋଧରେ ଥିବା ମାମଲା ମଧ୍ୟ ପ୍ରତ୍ୟାହାର ହେବ ବୋଲି ଶ୍ରୀନଗରସ୍ଥିତ ଏସ୍‍କେ ଇଣ୍ଡୋର ଷ୍ଟାଡିୟମ୍‍ଠାରେ ଅନୁଷ୍ଠିତ କ୍ରୀଡା ସମ୍ମିଳନୀରେ ଉଦ୍‍ବୋଧନ ଦେଇ ରାଜନାଥ କହିଛନ୍ତି।

ସେ କହିଛନ୍ତି, ରାଜ୍ୟର ଯୁବପିଢିଙ୍କ ଭବିଷ୍ୟତ ସମ୍ପର୍କରେ କେନ୍ଦ୍ର ସରକାର ଅବଗତ ଅଛନ୍ତି। ଏଥିନିମନ୍ତେ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଯୋଜନା ଆରମ୍ଭ କରିଛନ୍ତି। କ୍ରୀଡ଼ା ଏହି ଯୁବପିଢିଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିବ। ରାଜ୍ୟରେ କ୍ରୀଡାର ପ୍ରସାର ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇ ଦିଆଯିବ। ସେହିଭଳି ସଶସ୍ତ୍ର ବାହିନୀରେ ମଧ୍ୟ ଏହି ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ; କିନ୍ତୁ କୌଣସି ଅସାମାଜିକ କାର୍ଯ୍ୟରେ ସଂଶ୍ଲିଷ୍ଟ ନ ହେବା ତଥା ଧ୍ୱଂସାତ୍ମକ ପଥ ଅବଲମ୍ବନ ନ କରିବାକୁ ସେ ରାଜ୍ୟର ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡିକର ଶିଶୁଙ୍କ ପରି ଜାମ୍ମୁ କାଶ୍ମୀର ଶିଶୁଙ୍କୁ ମଧ୍ୟ ଉପଯୁକ୍ତ ସୁବିଧା ସୁଯୋଗ ମିଳିବା ଉଚିତ୍‍ ବୋଲି ମୁଖ୍ୟମନ୍ତ୍ରୀ ମେହବୁବ୍‍ ମୁଫତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି।ଶ୍ରୀନଗର : ଜମ୍ମୁ-କାଶ୍ମୀରରେ ପଥଭ୍ରଷ୍ଟ୍ର ହୋଇ ଯବାନଙ୍କ ଉପରକୁ ଟେକା ପଥର ପିଙ୍ଗାରେ ନିୟୋଜିତ ହୋଇଥିବା କାଶ୍ମୀରୀ ଯୁବକମାନଙ୍କ ନାମରେ ରୁଜୁ ମାମଲା ଗୁଡିକୁ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଦୁଇ ଦିନିଆ ଜମ୍ମୁ-କାଶ୍ମୀରକୁ ଗସ୍ତରେ ଯାଇ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ପହଞ୍ଚି ନିରାପତ୍ତା ପରିସ୍ଥିତି, ଅମରନାଥ ଯାତ୍ରା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି।  ଶେର ଇ କାଶ୍ମୀର ଇଣ୍ଡୋର ସ୍ପୋର୍ଟସ ଷ୍ଟାଡିୟମ୍‍ରେ ଏକ କ୍ରୀଡ଼ା ସମ୍ମିଳନୀରେ ଅଂଶଗ୍ରହଣ କରି ସେ କହିଛନ୍ତି ଯେ, କାଶ୍ମୀରୀ ଯୁବକମାନଙ୍କ ମଧ୍ୟରୁ କେତେକ ପଥଭ୍ରଷ୍ଟ ହୋଇ ଯବାନମାନଙ୍କ ଉପରକୁ ଟେକା ପଥର ଫିଙ୍ଗୁଛନ୍ତି। ତେବେ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ନାମରେ ରୁଜୁ ମାମଲା ଗୁଡିକୁ ପ୍ରତ୍ୟାହାର କରିନେବା ପାଇଁ କେନ୍ଦ୍ର ସରକାର ସ୍ଥିର କରିଛନ୍ତି।

ଶ୍ରୀ ସିଂହ ଦୁଇ ଦିନିଆ ଜମ୍ମୁ-କାଶ୍ମୀରକୁ ଗସ୍ତରେ ଯାଇ ଶ୍ରୀନଗରଠାରେ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତିଙ୍କ ସହ ଏକ ବୈଠକରେ ରାଜ୍ୟର ନିରାପତ୍ତା ପରିସ୍ଥିତି, ଅମରନାଥ ଯାତ୍ରା ବ୍ୟବସ୍ଥା, ରମ୍‍ଜାନ ସମୟରେ ଅସ୍ତ୍ର ବିରତୀର ସ୍ଥିତାବସ୍ଥା ସଂପର୍କରେ ଆଲୋଚନା କରଛନ୍ତି। ସେହିପରି ଶ୍ରୀ ସିଂହ ବିଚ୍ଛିନ୍ନତାବାଦୀ ନେତାମାନଙ୍କ ସହ କଥାବାର୍ତ୍ତା ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ସଂକ୍ରାନ୍ତରେ ସେମାନଙ୍କର ମତାମତର ସମୀକ୍ଷା କରିବେ।

Leave A Reply