ରାଜସ୍ଥାନ ସୀମାନ୍ତ ଅର୍ଦ୍ଧାଧିକ ସୀମା ଆଉଟ ପୋଷ୍ଟରେ ପାନୀୟ ଜଳ ସଂଯୋଗ ନାହିଁ

0

ନୂଆଦିଲ୍ଲୀ : ରାଜସ୍ଥାନ ସୀମାନ୍ତରେ ଥିବା ବର୍ଡର ଆଉଟ ପୋଷ୍ଟ ମଧ୍ୟରୁ ଅର୍ଦ୍ଧାଧିକ ପୋଷ୍ଟକୁ ଅଦ୍ୟାବଧି ପାଇପ ଯୋଗେ ପିଇବା ଯୋଗାଇ ଦିଆଯାଇପାରି ନାହିଁ। ଏଠାରେ ଅହରହ ପହରା ଦେଉଥିବା ଯବାନଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। କେନ୍ଦ୍ର ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ କିରେନ୍‌ ରିଜିଜୁ ମଙ୍ଗଳବାର ଲୋକସଭାରେ ଏହି ସୂଚନା ଦେଇଛନ୍ତି। ରାଜସ୍ଥାନରେ ଥିବା ୨୭୦କିମି ଭାରତ-ପାକିସ୍ତାନ ସୀମାନ୍ତରେ ୨୯୩ଟି ଜଗୁଆଳି ଶିବିର (ବର୍ଡର ଆଉଟ ପୋଷ୍ଟ) ରହିଛି। ଏଠାରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନେ ଅହରହ ପହରା ଦେଉଛନ୍ତି। ସେଥିମଧ୍ୟରୁ ୧୨୯ଟି ଆଉଟ ପୋଷ୍ଟକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉଥିଲାବେଳେ ଅବଶିଷ୍ଟ ଅଧାରୁ ଅଧିକ ପୋଷ୍ଟକୁ ଟ୍ୟାଙ୍କର ପାଣି ଦିଆଯାଉଛି। ୨୦୧୪-୧୫ ଆର୍ଥିକ ବର୍ଷରେ ୩୧ଟି ଆଉଟ ପୋଷ୍ଟକୁ ସୀମାନ୍ତ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମରେ ପାଇପ ସଂଯୋଗ ପାଇଁ ଅନୁମୋଦନ ମିଳିଥିବା ରିଜିଜୁ କହିଛନ୍ତି; ତେବେ ଯବାନଙ୍କୁ ଆବଶ୍ୟକ ଅନୁସାରେ ଯଥେଷ୍ଟ ପାଣି ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି।

Leave A Reply