www.samajalive.in
Thursday, December 11, 2025
13.1 C
Bhubaneswar

ଦାବି ପୂରଣ ପାଇଁ ଗହଲୋତଙ୍କୁ ପାଇଲଟଙ୍କ କଣ୍ଟ

ଜୟପୁର : ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜସ୍ଥାନ କଂଗ୍ରେସରେ ବିବାଦ ଅଧିକ ଘନୀଭୂତ ହେବାରେ ଲାଗିଛି। ପୂର୍ବତନ ପ୍ରଦେଶ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ତାଙ୍କର ଘୋର ବିରୋଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ବିରୋଧରେ ସ୍ପଷ୍ଟ ରଣହୁଙ୍କାର ଦେଇଛନ୍ତି। ସୋମବାର ତାଙ୍କର ବହୁଚର୍ଚ୍ଚିତ ଦୁର୍ନୀତି ବିରୋଧୀ ଆଜମେର-ଜୟପୁର ୫ଦିନିଆ ‘ଜନସଂଘର୍ଷ ଯାତ୍ରା’ ସମାପ୍ତି ଅବସରରେ ତାଙ୍କ ଦାବିଗୁଡ଼ିକୁ ଚଳିତ ମାସ ଶେଷ ସୁଦ୍ଧା ପୂରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ରାଜସ୍ଥାନ ଲୋକସେବା ଆ​‌େ​‌ୟାଗ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ଓ ବିଜେପି ସରକାର ଅମଳର ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଉକ୍ତ ଯାତ୍ରାକୁ ପ୍ରବଳ ଜନସମର୍ଥନ ପରିପ୍ରେକ୍ଷୀରେ ପାଇଲଟ କହିଛନ୍ତି ଯେ କୌଣସି କ୍ଷମତାରେ ଥାଆନ୍ତୁ ଅବା ନଥାନ୍ତୁ ଦୁର୍ନୀତି ବିରୋଧରେ ଲଢ଼େଇ ଜାରି ରଖିବେ। ନିଜ ପକ୍ଷର ୧୫ ବିଧାୟକଙ୍କ ଉପସ୍ଥିତିରେ ପାଇଲଟ କୌଣସି କଥାକୁ ଭୟ କରନ୍ତି ନାହିଁ, କେହି ମଧ୍ୟ ତାଙ୍କୁ ଚୁପ୍‌ କରିପାରିବେ ନାହିଁ ବୋଲି କହିଛନ୍ତି। କଣ୍ଟ ଦେଇଥିବା ଅବଧି ମଧ୍ୟରେ ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଜୋର୍‌ଦାର ଆନ୍ଦୋଳନ ହେବ ଏବଂ ମୁଖ୍ୟମନ୍ତ୍ରୀ ଏହାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ ସେ ଚେତାବନୀ ଶୁଣାଇଛନ୍ତି। ନ୍ୟାୟ ପାଇଁ ଆନ୍ଦୋଳନକୁ ପ୍ରତି ଗାଁ ଓ ସହରରେ ପହଞ୍ଚାଯିବ। ରାଜ୍ୟର ଯୁବବର୍ଗ ହିଁ ତାଙ୍କର ଶକ୍ତି ବୋଲି ସେ କହିଛନ୍ତି। ଉପରୋକ୍ତ ଦାବି ନେଇ ସେ ଗାନ୍ଧୀ ଆଦର୍ଶରେ ଦିନଟିଏ ଅନଶନ ଓ ୫ଦିନ ଯାତ୍ରା କରିଛନ୍ତି। ଆଗକୁ ଏହା ଉଗ୍ର ହେବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଗହଲୋତଙ୍କୁ ଇଙ୍ଗିତ କରି ପାଇଲଟ କହିଛନ୍ତି ଯେ ତାଙ୍କ ଦାବି ଅତ୍ୟନ୍ତ ସରଳ। ସେ କାହାପ୍ରତି ଖରାପ ଭାଷା ପ୍ରୟୋଗ କରିନାହାନ୍ତି କି କାହାକୁ ଅପମାନିତ କରିନାହାନ୍ତି। କାହା ପ୍ରତି ବିଶ୍ବାସଘାତ ମଧ୍ୟ କରିନାହାନ୍ତି। ଏହା ସତ୍ତ୍ବେ ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ନେଇ ସେ ବିବ୍ରତ ନୁହନ୍ତି ବୋଲି କହିଛନ୍ତି।
ଦିଲ୍ଲୀରେ କର୍ଣ୍ଣାଟକ ବିଜୟ ସତ୍ତ୍ବେ ନେତୃତ୍ବ ନେଇ ଟଣାଓଟରା ଚାଲିଥିଲାବେଳେ ପାଇଲଟଙ୍କ ଏହି ଯାତ୍ରା ଓ ଚେତାବନୀ ଚର୍ଚ୍ଚାର ବିଷୟ ହୋଇଛି। ପାଇଲଟ ଓ ଗହଲୋତଙ୍କ ମଧ୍ୟରେ ଗତ ତିନି ବର୍ଷ ଧରି ଚାଲିଥିବା ବିବାଦର ସମାଧାନ ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ପ୍ରୟାସ ଚଳାଇଥିଲେ ମଧ୍ୟ ଦଳ ତାଙ୍କ ପ୍ରତି କରିଥିବା ଅନ୍ୟାୟ ଯୋଗୁଁ ସେ ବିଧାନସଭା ନିର୍ବାଚନ ବର୍ଷରେ କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। କଂଗ୍ରେସ ସଭାପତି ଦାୟିତ୍ବ ନେବା ପରେ ଖଡ଼ଗେ କମଳନାଥ ଓ ରଣଦୀପ ସୂ​‌େ​‌ର୍ଯ୍ୟୱାଲାଙ୍କୁ ବିବାଦର ସମାଧାନ ପାଇଁ ପଠାଇଥିଲେ। ଏହା ସଫଳ ହୋଇନାହିଁ। ରାଜସ୍ଥାନରେ ଉଭୟ ଗୋଷ୍ଠୀଙ୍କୁ ଏକାଠି କରି ଦଳକୁ ବିଜୟୀ କରିବା ତାଙ୍କ ପାଇଁ ଆହ୍ବାନ ହୋଇଛି। ଖଡ଼ଗେଙ୍କ ପଛରେ ଗାନ୍ଧୀ ପରିବାରର ପୂର୍ଣ୍ଣ ଆଶୀର୍ବାଦ ରହିଛି। ଏହାକୁ ସେ କିଭଳି ବିବାଦ ତୁଟାଇବାରେ ଉପଯୋଗ କରିବେ ଏବଂ ବିଜୟ ରଥ ଗଡ଼ାଇବାରେ ସଫଳ ହେବେ ତାହା ବଡ଼ ପ୍ରଶ୍ନ। ଏଥିପାଇଁ ସେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗକୁ ଏହି ରାଜ୍ୟ ପାଇଁ ଆଉ କେତୋଟି ଯୋଜନା ରଖିଛନ୍ତି। ଏଥିରେ ମୁଖ୍ୟ ରହିଛି ‘ପ୍ରଥମେ କଂଗ୍ରେସ’ ନୀତି। ଦୁଇ ପକ୍ଷ ଜିଦ୍‌ରୁ ଓହରି କିଛିଟା ତ୍ୟାଗ କରିବାକୁ ସେ ଚାପ ପକାଉଛନ୍ତି। ସୂଚନାଯୋଗ୍ୟ ଯେ ଖଡ଼ଗେଙ୍କ ନେତୃତ୍ବରେ ଦଳ ବିଜେପି ସଭାପତି ଜେ.ପି ନଡ୍ଡାଙ୍କ ରାଜ୍ୟ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଏବେ ଦ୍ବିତୀୟ ଲଢ଼େଇରେ ସେ ବିଜୟୀ ହୋଇ ତାଙ୍କ ପ୍ରତିପକ୍ଷ ନଡ୍ଡାଙ୍କ ବିରୋଧରେ ୨-୦ରେ ଆଗୁଆ ହୋଇଛନ୍ତି। କର୍ଣ୍ଣାଟକ ହେଉଛି ଖଡ଼ଗେଙ୍କ ନିଜ ରାଜ୍ୟ। ଏଠାରେ ବିଜୟ ତାଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ଉଚ୍ଚକୁ ନେଇଛି। ଆଗକୁ ରହିଛି ରାଜସ୍ଥାନ ବିଧାନସଭା ନିର୍ବାଚନ। ସେଠାରେ କଂଗ୍ରେସ ଯଦି ବିବାଦର ସମାଧାନ ହୁଏ ଏବଂ କ୍ଷମତାକୁ ଫେରେ; ତେବେ ଖଡ଼ଗେଙ୍କ ନେତୃତ୍ବ ୩-୦ରେ ଅଗ୍ରଣୀ ଲାଭ କରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories