BJD Bijuli 480×75 Mob

ଯାତ୍ରୀବାହୀ ବସ୍‌‌କୁ ଧକ୍କା ଦେଲା ଟ୍ରକ୍‌‌; ୧୧ ମୃତ

BJD Bijuli 480×75 Mob

ଜୟପୁର : ରାଜସ୍ଥାନର ଭରତପୁର ଜିଲାରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।  ଗୁଜରାଟରୁ ଉତ୍ତରପ୍ରଦେଶ ଯାଉଥିବା ଏକ ଯାତ୍ରୀବାହୀ ବସ୍‌‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। କୁହାଯାଉଛି, ଏହି ଦୁର୍ଘଟଣା ସମୟରେ ବସ୍‌‌ଟି ରାସ୍ତା କଡରେ ଠିଆ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୧୨ରୁ ଅଧିକ ଆହତ ହୋଇଛନ୍ତି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ପାଞ୍ଚ ଜଣ ପୁରୁଷ ରହିଛନ୍ତି। ସମସ୍ତ ମୃତକ ଭାବନଗର (ଗୁଜରାଟ) ବାସିନ୍ଦା ବୋଲି ଜଣାପଡିଛି।

ଜାଣନ୍ତୁ, କେଉଁ ଦେଶ ଏପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ଜି୨୦ ଆୟୋଜନ କରିଛି?

ଘଟଣା ବିଷୟରେ ଜଣାପଡିବା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଲଖନପୁର ଥାନା ଅନ୍ତର୍ଗତ ୨୧ ନମ୍ବର ଜାତୀୟ ରାଜପଥ ହନ୍ତାରା ନିକଟରେ ଭୋର ୫ଟା୩୦ରେ ଘଟିଛି। ଦୁର୍ଘଟଣା ପରେ ଖୁବ ଜୋରରେ ଚିତ୍କାର ଶୁଣାଯାଇଥିଲା।
ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, ବସ୍‌‌ଟି ଭାବନଗରରୁ ମଥୁରା ଯାଉଥିଲା। ସକାଳେ ଭରତପୁର-ଆଗ୍ରା ଜାତୀୟ ରାଜପଥରେ ହଠାତ୍‌‌ ବସଟି ଖରାପ ହୋଇଯାଇଥିଲା। ଚାଳକ,ଅନ୍ୟ କର୍ମଚାରୀ ସହ ଅନ୍ୟ ଯାତ୍ରୀ ମଧ୍ୟ ବସ୍‌‌ରୁ ଓହ୍ଲାଇଥିଲେ। ବସ୍‌‌ଟିକୁ ଠିକ୍‌‌ କରିବା ସମୟରେ ଟ୍ରକଟି ପଛପଟୁ ଠିଆ ହୋଇଥିବା ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ମାତ୍ରେ ପୁଲିସ ଓ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଘଟଣାର ତଦନ୍ତ ଜାରି ରଖିଛି। ଦୁର୍ଘଟଣା ପରେ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା ଜାମ୍‌‌ ରହିଥିଲା।

 

Comments are closed.