www.samajalive.in
Saturday, December 6, 2025
26.1 C
Bhubaneswar

ଆଳୁ ଭର୍ତ୍ତି ଟ୍ରକକୁ ଓଭରଟେକ୍‌‌ କରି କାର୍‌‌ ଦୁର୍ଘଟଣାଗ୍ରସ୍ତ ; ୪ ମୃତ

ଜୟପୁର : ରାଜସ୍ଥାନ ସ୍ଥିତ ରାୱତସର-ଧନ୍ନାସର ରାଜପଥରେ ଗୁରୁବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଳୁ ଭର୍ତ୍ତି ଏକ ଟ୍ରକକୁ ଓଭରଟେକ୍‌‌ କରିବା ସମୟରେ କାର୍‌‌ ଚାଳକଙ୍କ ଆଖି ଲାଗିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ଦୁର୍ଘଟଣାରେ ମାଆ-ଝିଅ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
କାର୍‌‌ରେ ଏକ ପରିବାର ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ଏହି ସମୟରେ ସକାଳେ ରାୱତସର-ଧନ୍ନାସର ରାଜପଥରେ ଏକ ଆଳୁ ଭର୍ତ୍ତି ଟ୍ରକକୁ ଓଭରଟେକ୍‌‌ କରିବା ସମୟରେ କାର୍‌‌ ଚାଳକଙ୍କ ଆଖି ଲାଗିଯିବାରୁ କାର୍‌‌ ଉପରୁ ଚାଳକ ନିୟନ୍ତ୍ରଣ ହରାଇ ଥିଲେ। ଫଳରେ କାର୍‌‌ଟି ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories