www.samajalive.in
Saturday, December 6, 2025
14.1 C
Bhubaneswar

କେନାଲ ଭିତରେ ପଡ଼ିଲା ଟ୍ରାକ୍ଟର, ଚାଳକ ମୃତ

କଳାବାଡିଆ: ମୟୁରଭଞ୍ଜ ଜିଲା ଝାରପୋଖରିଆ ଥାନ ଅଧୀନ ପୁନାସିଆ ସୁବର୍ଣ୍ଣରେଖା କେନାଲ ଭିତରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଖସିପଡ଼ିଛି। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗୁରୁବାର ସୁବର୍ଣ୍ଣରେଖା ନଦୀରୁ ବାଲି ନେଇ ଅନଲୋଡ଼ କରି ଫେରିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି କେନାଲକୁ ଖସିପଡ଼ିଥିଲା। ତେବେ ବଡ଼ ଷୋଳରୁ ଯାଲଦା ଅଭିମୁଖେ ଆସୁଥିବାବେଳେ ଏହା ଭାରସାମ୍ୟ ହରାଇ ୩୦ ଫୁଟ କେନାଲକୁ ଖସି ପଡିଥିଲା। ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରି ୧୦୮ ଯୋଗେ ପ୍ରଥମେ ଶୀର୍ଷା ମେଡ଼ିକାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories