ଆଜି ନବୀନ ନିବାସରେ ଜରୁରୀ ବୈଠକ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ହେବ ନା ନାହିଁ ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି । ଚର୍ଚ୍ଚା ଭିତରେ ଉଭୟ ଦଳରେ ଘନଘନ ବୈଠକ ମଧ୍ୟ ହେଉଛି । ତେବେ ଆଜି ନବୀନ ନିବାସରେ ପୁଣି ଜରୁରୀ ବୈଠକ ବସିବାକୁ ଯାଉଛି । ମେଣ୍ଟ ସମ୍ପର୍କରେ କିଛି ବଡ ନିଷ୍ପତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ବୈଠକରେ ବରିଷ୍ଠ ନେତାଙ୍କ ସହ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକଙ୍କୁ ଡକାଯାଇଛି । ଗତ ୬ ତାରିଖରେ ନବୀନୁ ନିବାସରେ ବୈଠକ ବସିଥିଲା । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତି ନିଆଯିବ ବୋଲି କୁହାଯାଇଥିଲା ।

Comments are closed.