www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକ୍‌‌-କାର ମୁହାଁମୁହିଁ ଧକ୍କା ; ଗୋଟିଏ ପରିବାରର ୫ ମୃତ

ଜୟପୁର : ରାଜସ୍ଥାନର ବିକାନରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। ଏକ ଟ୍ରକ ଓ କାର୍‌‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ ଜଣ ଡାକ୍ତର ଓ ଜଣେ ଶିଶୁ ରହିଛି। ମୃତକ ମାନେ ଗୁଜରାଟର କଚ୍ଛ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ସେମାନେ ଜମ୍ମୁ-କାଶ୍ମୀରକୁ ଛୁଟି କାଟିବାକୁ ଆସିଥିବା ବେଳେ ସେଠାରୁ ଗୁଜରାଟ ଫେରିବା ସମୟରେ ରାଜସ୍ଥାନର ନୌରାଙ୍ଗଡେଶର ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌‌ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories