ପଦ୍ମ ଧରିବେ କମଲନାଥ, ପ୍ରୋଫାଇଲରୁ ହଟାଇଲେ କଂଗ୍ରେସ ନାଁ

ସମାଜ ଡିଜିଟାଲ ଡେସ୍କ: ମଧ୍ୟପ୍ରଦେଶ ରାଜନୀତି ସରଗରମ । ଲୋକସଭା ନିର୍ବାଚନ ପୂର୍ବରୁ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଏଠାରେ ପହଂଚିବା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ପୁଅ ନକୁଲ ନାଥଙ୍କ ସହ ସେ ବିଜେପିରେ ସାମିଲ ହେବେ । ୧୭ ଫେବୃଆରୀରେ କମଲ ନାଥ ତାଙ୍କର ସବୁ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଶନିବାର ଭୋପାଳ ଆସି ସେଠାରୁ ଦିଲ୍ଲୀ ଯାଇପାରନ୍ତି । ଦିଲ୍ଲୀରେ ପୁଅ ନକୁଲ ନାଥଙ୍କ ସହ କମଲ ନାଥ ପଦ୍ମ ଦଳରେ ସାମିଲ ହୋଇପାରନ୍ତି । କୌଣସି ସମୟରେ କଂଗ୍ରେସରୁ ଇସ୍ତଫା ମଧ୍ୟ ଦେଇପାରନ୍ତି । ଏହାପୂର୍ବରୁ ନକୁଲ ବାପାଙ୍କ ପ୍ରୋଫାଇଲରୁ କଂଗ୍ରେସକୁ ହଟାଇ ଦେଇଥିବାରୁ ଏହି ଚର୍ଚ୍ଚା ଜୋର ଧରିଛି ।

Comments are closed.