ନୂଆଦିଲ୍ଲୀ : ବିବାହ ଭଳି ବିଶେଷ ଅବସରରେ ଲୋକେ ବିଭିନ୍ନ ପ୍ରକାର ପୋଷାକ ସହ ଅଳଙ୍କାର ପିନ୍ଧି ଥାଆନ୍ତି। ସୁନ୍ଦର ଓ ଅଲଗା ଦେଖା ଯିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେଇଥାଆନ୍ତି। ଏଭଳି କି ଲୋକେ ନିଜର ବିବାହ ସମୟରେ ହେଉଥିବା ଅନେକ ରୀତିନୀତି ଯେଭଳି ମେହେନ୍ଦୀ, ହଳଦୀ, ବିବାହ ଆଦି ସମୟରେ ବିିଭିନ୍ନ ପ୍ରକାର ପୋଷକ ଓ ଅଳଙ୍କାର ପିନ୍ଧିଥାଆନ୍ତି। ଏହାର ଭିଡିଓ ମଧ୍ୟ କରି ଥାଆନ୍ତି। ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ପସନ୍ଦ କରି ନିଜେ ମଧ୍ୟ ସେଭଳି ତିଆରି କରି ପିନ୍ଧିଥାଆନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଆଭୂଷଣକୁ ନେଇ ଏଭଳି ଏକ ଭିଡିଓ ଭାଇରାଲ ହେଉଛି , ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ..
ଏକ ସ୍ୱତନ୍ତ୍ର ଉତ୍ସବରେ ଜଣେ ମହିଳା ଗଳାରେ ହାର,ହାତରେ ଚୁଡି, କାନରେ ଝୁମୁକା,କେଶରେ ମଧ୍ୟ ପିନ୍ଧିଛନ୍ତି। ମାତ୍ର ଏ ସମସ୍ତ ଆଭୂଷଣ ସୁନା,ରୁପା ନୁହେଁ। ଏହା ଡ୍ରାଏ ଫ୍ରୁଟ୍ସ ଅର୍ଥାତ ବାଦାମ, ପେସ୍ତା, କାଜୁ, ଗୁଜୁରାତିରେ ତିଆରି ହୋଇଛି। ଏହାର ଭିଡିଓ ଉପରେ ନଜର ପକାଇଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଏହି ଭିଡିଓକୁ ଦେଖି ବିଭିନ୍ନ ଲୋକେ ନିଜର ନିଜର ମତ ଦେଇଛନ୍ତି।



