www.samajalive.in
Sunday, December 7, 2025
23.1 C
Bhubaneswar

ପତ୍ନୀଙ୍କ ରିଲ୍ସ ନିଶା ; ଏମିତି ଘଟିଲା , ସ୍ୱାମୀ କଲେ ଆତ୍ମହତ୍ୟା..

ଜୟପୁର : ସୋସିଆଲ ମିଡିଆରେ ରିଲ୍ସର ବେଶ ଚାହିଦା ରହିଛି। ଯାହା ଜରିଆରେ ଯୁବପୀଢୀ ଠାରୁ ଆରମ୍ଭ କରି ସଭିଏଁ ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି। ମାତ୍ର ଗତ କିଛି ଦିନ ମଧ୍ୟରେ ରିଲ୍ସ ପାଇଁ ଅନେକ ଜୀବନ ମଧ୍ୟ ବିପଦରେ ପଡିବା ସହ ଜୀବନ ହାନୀ ଘଟୁଛି। ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିଲ୍ସ ପାଇଁ ଏକ ପରିବାର ଉଜୁଡି ଯାଇଛି। ପତ୍ନୀଙ୍କ ରିଲ୍ସ ନିଶା ପାଇଁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ଘଟଣା କ୍ରମେ ଅଲବରରେ ପତ୍ନୀଙ୍କ ରିଲ୍ସ ନିଶା ପାଇଁ ତାଙ୍କ ସ୍ୱାମୀ ହଇରାଣ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି ଜଣାପଡିଛି। ବ୍ୟକ୍ତି ଜଣକ ଅନେକ ବାର ତାଙ୍କ ପତ୍ନୀଙ୍କୁ ରିଲ୍ସ କରିବା ପାଇଁ ବାରଣ କରୁଥିଲେ। ମାତ୍ର ମହିଳା ଜଣକ ମାନିନଥିଲେ। ମହିଳା ଜଣକ ନ ମାନିବାରୁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। ଉଭୟଙ୍କ ମଧ୍ୟରେ ରିଲ୍ସ ପାଇଁ ଅନେକ ସମୟରେ ବିବାଦ ମଧ୍ୟ ହେଉଥିଲା। ଝଗଡା ହେବା ପରେ ମହିଳା ଜଣକ ଘର ଛାଡି ନିଜ ବାପ ଘରକୁ ପଳାଇଥିଲେ। ଏହାପରେ ବ୍ୟକ୍ତି ଜଣଙ୍କ ଚିନ୍ତିତ ରହି ଆତ୍ମହତ୍ୟା କରିଛନ୍ତି। ମୃତ୍ୟୁ ପୂର୍ବରୁ ଯୁବକ ଜଣକ ସୋସିଆଲ ମିଡିଆରେ ଭିଡିଓ କରିଥିଲେ ବୋଲି ଜଣାପଡ଼ିଛି। ମୃତକ ଜଣକ ସିଦ୍ଧାର୍ଥ ବୋଲି ଜଣାପଡିଛି। ମାୟା ନାମକ ଯୁବତୀଙ୍କୁ ସେ ବିବାହ କରିଥିଲେ। ଏପ୍ରିଲ ୫ରେ ସିଦ୍ଧାର୍ଥ ଆତ୍ମହତ୍ୟା କରିଛନ୍ତି।

ଲୁଟେରାଙ୍କ ଟାର୍ଗେଟରେ ରାଜଧାନୀ ଆପାର୍ଟମେଣ୍ଟ: ପୁଣି ଲୁଟିଲେ..


ସୂଚନାନୁଯାୟୀ, ସିଦ୍ଧାର୍ଥଙ୍କ ପତ୍ନୀ ସୋସିଆଲ ମିଡିଆରେ ରିଲ୍ସ ବନାଇବାର ନିଶା ଥିଲା। ମାତ୍ର ତାଙ୍କ ରିଲନ୍ସରେ ଲୋକେ ଅଶ୍ଳୀଳ କମେଣ୍ଟ ଦେଉଥିଲେ। ଏହି କାରଣରୁ ସେ ତାଙ୍କ ପତ୍ନୀଙ୍କୁ ରିଲ୍ସ କରିବାକୁ ବାରଣ କରୁଥିଲେ। ମାତ୍ରା ମାୟା ଏହା ଶୁଣି ନଥିଲେ। ମାୟା ଓ ସିଦ୍ଧାର୍ଥଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ଆତ୍ମହତ୍ୟା କରିବା ପୂର୍ବରୁ ସିଦ୍ଧାର୍ଥ ଭିଡିଓ କରିଛନ୍ତି। ଏହା ଖୁବ୍ ଭାଇରାଲ୍ ମଧ୍ୟ ହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି କୁଲର ଆଗରେ ଫେଲ୍‌‌ ମାରିବ ଏସି: ଜାଣନ୍ତୁ କେଉଁଠୁ କିଣିବେ

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories