www.samajalive.in
Friday, December 5, 2025
20.1 C
Bhubaneswar

ଏହି କୁଲର ଆଗରେ ଫେଲ୍‌‌ ମାରିବ ଏସି: ଜାଣନ୍ତୁ କେଉଁଠୁ କିଣିବେ

ସମାଜ ଡିଜିଟାଲ ଡେସ୍କ: ଏପ୍ରିଲ ମାସରେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରୁ ଆଶ୍ୱସ୍ତି ପାଇବା ପାଇଁ ସମସ୍ତେ ପ୍ରାୟ ଥଣ୍ଡା ସ୍ଥାନରେ ରହିବାକୁ ଚାହୁଁଛନ୍ତି। ଅଫିସ ହେଉ କି ଘର ସବୁଠି ଏସିରେ ରହିବାକୁ ଲୋକମାନେ ଭଲ ପାଉଛନ୍ତି। ତେବେ ରାଜସ୍ଥାନରେ ପ୍ରବଳ ତାତି ଯୋଗୁ ଲୋକେ ଆଉଟପାଉଟ ହେଉଛନ୍ତି। ରାଜସ୍ଥାନର ଭିଲ୍‌‌ୱାଡା ଅଂଚଳରେ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ଏସି ବଦଳରେ ଅଭିନବ ଉପାୟ ଆପଣାଇଛନ୍ତି। ଭିଲ୍‌‌ୱାଡାରେ ଏସି ବଦଳରେ କାଠରେ ତିଆରି କୁଲରର ଚାହିଦା ବୃଦ୍ଧି ପାଉଛି। ଏହି କାଠକୁଲର ଗୁଡିକ କେବଳ ଭିଲ୍‌‌ୱାଡାରେ ତିଆରି କରାଯାଉଛି। ଏବଂ ବିଭିନ୍ନ ଡିଜାଇନରେ ମଧ୍ୟ ଉପଲବ୍ଧ ହେଉଛି। ଏହି କାଠ କୁଲରକୁ ଲୋକମାନେ ଏୟାର କଣ୍ଡିସନର ସହିତ ତୁଳନା କରିଛନ୍ତି। କାରଣ କମ୍‌‌ ମୂଲ୍ୟରେ ଏହା ଏସି ପରି ଥଣ୍ଡା ଅନୁଭୂତ କରାଉଛି।

ସ୍ଥାନୀୟ ଅଂଚଳରେ କାଠ କୁଲର ତିଆରି କରୁଥିବା ବ୍ୟବସାୟି ଜିତୁ କହିଛନ୍ତି ଯେ ଏହି କୁଲର ବିଭିନ୍ନ ଡିଜାଇନରେ ତିଆରି କରାଯାଉଛି। କାଠ କୁଲରରେ ଥଣ୍ଡା ବେଶ ଭଲ ଭାବରେ ଅନୁଭୂତ ହେବା ସହିତ ଏହାର ମୂଲ୍ୟ ମଧ୍ୟ ଅଲଗା ଅଲଗା ରହିଛି। କୁଲର ଦାମ୍‌‌ ୨ହଜାର ଟଙ୍କାରୁ ଆରମ୍ଭ ହୋଇ ୬ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ରାଜସ୍ଥାନରେ ଏହି କୁଲରର ଚାହିଦା ଅଧିକ ରହିଥିବାରୁ ଜିତୁଙ୍କ ପରିବାରର ସମସ୍ତ ସଦସ୍ୟ ଶୀତ ଋତୁ ଶେଷ ହେବା ପରେ କୁଲର ତିଆରି କରିବା ଆରମ୍ଭ କରିଥାନ୍ତି। ଖରାଦିନ ଆରମ୍ଭ ହେବା ବେଳକୁ ଏହି କୁଲର ବ୍ୟବହାର ଉପଯୋଗୀ ହୋଇ ବିକ୍ରି ହୋଇଥାଏ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବା ସହିତ ଏସି ଅପେକ୍ଷା କାଠ କୁଲରର ଚାହିଦା ବଢିଥାଏ।

ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର

- Advertisement -

ଏହି କୁଲରର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ଥିବା ଶୁଖିଲା ନଡା ବଦଳାଇବା ପରେ ଏହାକୁ ବହୁ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। କାଠ କୁଲରରେ ସର୍ଟ ସର୍କିଟ ହେବାର କୌଣସି ଆଶଙ୍କା ନଥାଏ। ଭିଲ୍‌‌ୱାଡାର ଏହି କାଠ କୁଲରର ଚାହିଦା ଖାଲି ରାଜସ୍ଥାନ ନୁହେଁ ବରଂ ଆନ୍ଧପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ରହିଛି। କୁଲରର ଦାମ କମ୍‌‌ ହୋଇଥିବାରୁ ଲୋକମାନେ ଏହାକୁ କିଣିବାକୁ ପ୍ରଥମ ପସନ୍ଦ କରୁଛନ୍ତି।

ରାଜନୀତିକୁ ଆସିବା ଚର୍ଚ୍ଚାରେ ଜାଣନ୍ତୁ କଣ ଉତ୍ତର ଦେଲେ ସଞ୍ଜୟ

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories