www.samajalive.in
Friday, December 5, 2025
27.1 C
Bhubaneswar

ଭାରତରେ କମ୍‌‌ ବୟସ୍କ କାହିଁକି ହେଉଛନ୍ତି କର୍କଟ ରୋଗର ଶିକାର

ନୂଆଦିଲ୍ଲୀ: କର୍କଟ ରୋଗରେ ଭାରତ ଅନେକ ଦେଶକୁ ପଛରେ ପକାଇ ସାରିଲାଣି। ଆହୁରି ଚିନ୍ତାଜନକ ବିଷୟ ହେଉଛି ୫୦ବର୍ଷ ପରେ ଯେଉଁ ସବୁ ରୋଗ ହୋଇଥାଏ ଭାରତୀୟଙ୍‌‌ଙ୍କ ମଧ୍‌‌ଧ୍ୟରେ ତାହା ମାତ୍ର ୩୦-୩୫ ବର୍ଷ ବୟସ୍କଙ୍କଠାରେ ଦେଖାଯାଉଛି। ଏକ ରିପୋର୍ଟ ଅନୁସାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ଅନ୍ୟ ଦେଶରେ କର୍କଟ ରୋଗ ଯେଉଁଠାରେ ଅଧିକ ବୟସ୍କଙ୍କୁ ହେଉଥିବା ବେଳେ ଭାରତରେ ବହୁତ କମ ବୟସରୁ ଲୋକମାନେ କର୍କଟ ରୋଗର ଶିକାର ହେଉଛନ୍ତି। ବିଶେଷ କରି ଯୁବପୀଢିମାନେ କର୍କଟ ରୋଗର ଶିକାର ହେଉଛନ୍ତି। କେବଳ ଏତିକି ନୁହେଁ ମଧୁମେହ, ହୃଦରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା, କର୍କଟ ଭଳି ଅଣ ସଂକ୍ରାମକ ରୋଗ ଭାରତୀୟ ଯୁବପୀଢିଙ୍କୁ ଶୀଘ୍ର ପ୍ରଭାବିତ କରୁଛି।

କଖାରୁରୁ ପ୍ରସ୍ତୁତ କରନ୍ତୁ ଫେସପ୍ୟାକ୍‌‌ ଓ ସ୍କ୍ରବ୍‌‌: ଏମିତି ହେବ ଆପଣଙ୍କ ତ୍ୱଚା


ଏକ ଘରୋଇ ହସ୍ପିଟାଲର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଭାରତରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତିନି ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ପ୍ରି-ଡାଇବେଟିସ୍‌‌ ଏବଂ ୧୦ରୁ ଜଣେ ପ୍ରି- ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି। ଏହାସହିତ ସାଧାରଣତଃ ଯୁବପୀଢିମାନେ ମେଦବହୁଳତାର ଶିକାର ହେଉଥିବା ରିପୋର୍ଟରେ ଦର୍ଶାଯାଇଛି। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା ଆମ ଦେଶରେ ସବୁକିଛି ଉପରେ ପ୍ରଭାବ ପକାଉଛି। ଯଦି ଆମ ଦେଶରେ ଯୁବପୀଢିମାନେ ସୁସ୍ଥ ନାହାଁନ୍ତି ତେବେ ଏହା ଆମର ଅର୍ଥନୀତିକୁ ଦୁର୍ବଳ କରିବା ଆରମ୍ଭ କରିବ। କିନ୍ତୁ ଏସବୁ ପଛରେ ସବୁଠାରୁ ବଡ କାରଣ ହେଉଛି ଆଜିର ଯୁବପୀଢିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା। ଯାହା ପ୍ରତି କେହି ଧ୍ୟାନ ଦେଉନାହାଁନ୍ତି।

ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

- Advertisement -


ବିଶେଷଜ୍ଞଙ୍କ ମତରେ ଯୁବପୀଢିମାନେ କର୍କଟ ରୋଗର ଅଧିକ ଶିକାର ହେଉଛନ୍ତି କାରଣ ସେମାନେ ଅଧିକ ଚାପରେ ରହୁଛନ୍ତି। ଚିନ୍ତା, ମେଦବହୁଳତା, ଥକ୍କାପଣ, ଶୋଇବାର ସମୟ ଅଭାବ। ଏସମସ୍ତ କାରଣ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏସଂକ୍ରାନ୍ତରେ ଯେତେବେଳେ ୧୮ରୁ ୩୦ବର୍ଷ ବୟସ ମଧ୍ୟରେ ୧୧ହଜାର ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନିଜ ଲାଇଫରେ ଚାପରେ ରହୁଥିବା ମାନିଥିଲେ। ଏଥିସହିତ ଜୀବନରେ ନିରାଶା, ଥକ୍କାପଣ, ନିଦ୍ରା ଅଭାବ ଏବଂ ଶରୀରରେ ଶକ୍ତିର ଅଭାବ ଭଳି ଗୁରୁତ୍ୱପୂରଣ କାରଣ କର୍କଟ ରୋଗର ମୁଖ୍ୟ କାରଣ ପାଲଟିଛି।

ଓଜନ କମ୍‌‌ କରିବ ଅଁଳା ଜୁସ୍‌‌

ଏନର୍ଜି ଡ୍ରିଙ୍କ୍‌‌ କହି କୌଣସି ପ୍ରଡକ୍ଟ ବିକ୍ରି କରିବା ପଡିବ ମହଙ୍ଗା

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories