www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ସମ୍ବଲପୁର : ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରିନଥାଏ। ଛାତ୍ର ଜୀବନର ଅଭ୍ୟାସ ସାରା ଜୀବନ ରହିଥାଏ, ଫଳରେ ଅନୁଶାସନରେ ରହିବା ଶିଖିବା ଦରକାରା ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଏପରି କହିଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି, ସମୃଦ୍ଧ ଇତିହାସ ଓ ପ୍ରାଚୀନ ଜ୍ଞାନକୁ ନେଇ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରସ୍ତୁତ ହୋଇଛି। ଯୁବ ପ୍ରତିଭା ଓ ସଂଶାଧନକୁ ଅଧିକରୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ବ ଅର୍ଥନୀତିରେ ଶୀର୍ଷ ସ୍ତରରେ ପହଂଚାଇବା ପାଇଁ ଛାତ୍ର ଶକ୍ତିକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି। ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଅଡୋଟେରିୟମଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସମାବର୍ତ୍ତନ ଉତ୍ସବରେ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନୀତ ଅତିଥି ଓ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତାଭାବରେ ଯୋଗ ଦେଇଥିଲେ।

ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ


ଏହି ଅବସରରେ ୨ଜଣଙ୍କୁ ଡିଲିଟ୍, ୭୮ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୫୬ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୂଳସଚିବ ଡକ୍ଚର ନୃପରାଜ ସାହୁଙ୍କ ସମେତ ସିଣ୍ଡିକେଟ ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲୋ

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories