www.samajalive.in
Sunday, December 14, 2025
16.1 C
Bhubaneswar

ସମ୍ବଲପୁର ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ସମ୍ବଲପୁର : ସମୟ ଓ ସ୍ରୋତ କାହାକୁ ଅପେକ୍ଷା କରିନଥାଏ। ଛାତ୍ର ଜୀବନର ଅଭ୍ୟାସ ସାରା ଜୀବନ ରହିଥାଏ, ଫଳରେ ଅନୁଶାସନରେ ରହିବା ଶିଖିବା ଦରକାରା ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଏପରି କହିଛନ୍ତି। ରାଜ୍ୟପାଳ ଆହୁରି କହିଛନ୍ତି, ସମୃଦ୍ଧ ଇତିହାସ ଓ ପ୍ରାଚୀନ ଜ୍ଞାନକୁ ନେଇ ଜାତୀୟ ଶିକ୍ଷାନୀତି -୨୦୨୦ ପ୍ରସ୍ତୁତ ହୋଇଛି। ଯୁବ ପ୍ରତିଭା ଓ ସଂଶାଧନକୁ ଅଧିକରୁ ଅଧିକ ବ୍ୟବହାର କରି ଭାରତକୁ ବିଶ୍ବ ଅର୍ଥନୀତିରେ ଶୀର୍ଷ ସ୍ତରରେ ପହଂଚାଇବା ପାଇଁ ଛାତ୍ର ଶକ୍ତିକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି। ବିଶ୍ବବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଅଡୋଟେରିୟମଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସମାବର୍ତ୍ତନ ଉତ୍ସବରେ ସିଏସଆଇଆର-ଆଇଏମଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜ ନାରାୟଣ ସମ୍ମାନୀତ ଅତିଥି ଓ କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ମୁଖ୍ୟ ବକ୍ତାଭାବରେ ଯୋଗ ଦେଇଥିଲେ।

ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ


ଏହି ଅବସରରେ ୨ଜଣଙ୍କୁ ଡିଲିଟ୍, ୭୮ଜଣଙ୍କୁ ପିଏଚଡି ଡିଗ୍ରୀ ଓ ୫୬ ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, କୂଳସଚିବ ଡକ୍ଚର ନୃପରାଜ ସାହୁଙ୍କ ସମେତ ସିଣ୍ଡିକେଟ ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲୋ

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories