www.samajalive.in
Monday, December 15, 2025
26.1 C
Bhubaneswar

ଏନର୍ଜି ଡ୍ରିଙ୍କ୍‌‌ କହି କୌଣସି ପ୍ରଡକ୍ଟ ବିକ୍ରି କରିବା ପଡିବ ମହଙ୍ଗା

ସମାଜ ଡିଜିଟାଲ ଡେସ୍କ: ଗ୍ରୀଷ୍ମ ଋତୁ ଚାଲିଥିବାରୁ ସମସ୍ତେ କିଛି ନା କିଛି ଏନର୍ଜି ଡ୍ରିଙ୍କ୍‌‌ ପଇବାକୁ ଭଲ ପାଆନ୍ତି। କମ୍ପାନୀ ମାନେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର କହି କେତେକ ଏନର୍ଜି ଡ୍ରିଙ୍କ୍‌‌ ବଜାରରେ ବିକ୍ରି କରୁଛନ୍ତି। କିନ୍ତୁ ଯଦି ଆପଣ ମଧ୍ୟ ସମାନ କାର୍ଯ୍ୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। କାରଣ ଖାଦ୍ୟ ଓ ନିରାପତ୍ତା ବିଭାଗ ଏଭଳି ଠକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିକଟରେ ବିଭାଗ ଏଭଳି କମ୍ପାନୀଗୁଡିକୁ ଚେତାବନୀ ଦେଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦ ଗ୍ରାହକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରାଇ ବିକ୍ରି କରନ୍ତି ତେବେ କେହି ବି ନିସ୍ତାର ପାଇବେ ନାହିଁ। ସଂପୃକ୍ତ କମ୍ପାନୀ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ବାତିଲ ହେବ।
ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍‌‌ ଇଣ୍ଡିଆ ଇ-ବାଣିଜ୍ୟ ଖାଦ୍ୟ ବ୍ୟବସାୟୀମାନଙ୍କୁ ସେମାନଙ୍କ ୱେବସାଇଟରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥର ସଠିକ୍‌‌ ବର୍ଗରେ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚେତାବନୀ ଦେଇ କମ୍ପାନୀ ଗୁଡିକୁ ବିଭାଗ କହିଛି ଯେ ବଜାରରେ ପ୍ରଡକ୍ଟ ବିକ୍ରି କରିବା ସମୟରେ ଗ୍ରାହକଙ୍କ ମନରେ କୌଣସି ପ୍ରକାର ଭ୍ରମ ସୃଷ୍ଟି କରିବା ଉଚିତ ନୁହେଁ। ଯେଉଁମାନେ ମିଛ କହି ଉତ୍ପାଦ ବିକ୍ରୟ କରୁଛନ୍ତି ସେମାନଙ୍କ ବିରୋଧରେ ବିଭାଗ ବର୍ତ୍ତମାନ ତଦନ୍ତ କରୁଛି। ଅନୁସନ୍ଧାନରୁ ଜଣାପଡିଛି ଯେ ଅନେକ ଗୁଡିଏ ପାନୀୟ ଉତ୍ପାଦକୁ ୱେବସାଇଟରେ ହେଲଥ୍‌‌ ଡ୍ରିଙ୍କ୍‌‌ ଏବଂ ଏନର୍ଜି ଡ୍ରିଙ୍କ୍‌‌ ବର୍ଗରେ ସାମିଲ କରାଯାଇ ବିକ୍ରି କରାଯାଉଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରକୃତରେ ଏହି ସବୁ ପାନୀୟ ଉତ୍ପାଦ ଗୁଡିକୁ ପୃଥକ ପୃଥକ ବର୍ଗ ସୃଷ୍ଟି କରିବା ପରେ ବିକ୍ରୟ କରାଯିବା ଉଚିତ।
ଖାଦ୍ୟ ନିୟାମକଙ୍କ ଅନୁଯାୟୀ ଏଫ୍‌‌ଏସ୍‌‌ଏସ୍‌‌ ଆକ୍ଟ ୨୦୦୬ କିମ୍ବା ଏହା ଦ୍ୱାରା ପ୍ରସ୍ତୁତ ନିୟମ ଅନୁଯାୟୀ ଉତ୍ପାଦ ଗୁଡିକ ଅନ୍ତର୍ଭୁକ୍ତ କରାଯାଇନାହିଁ। ଏହାକୁ ତୁରନ୍ତ ହଟାଇବାକୁ ଖାଦ୍ୟ ନିରାପତ୍ତା ବିଭାଗ ସମସ୍ତ ଇ-ବାଣିଜ୍ୟ କମ୍ପାନୀକୁ ପରାମର୍ଶ ଦେଇଛି। ଅନ୍ୟଥା ସଂପୃକ୍ତ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ବଜାରରେ ଏଭଳି ପାନୀୟ ଜଳ ବିକ୍ର ଚାହିଦା ବଢିଥାଏ। ଶକ୍ତି ପାନୀୟ ଭାବେ ବିକ୍ରୟ ହେଉଥିବାରୁ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories